37.1 C
Bhubaneswar
Sunday, April 28, 2024
Homeଅପରାଧକିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା

କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳ ତଥା ଗୋଷାଣୀ ବ୍ଲକ ଯାଜପୁର ଗ୍ରାମରେ ଜଣେ ନବ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ତାଙ୍କ ପରିବାର ବର୍ଗଙ୍କୁ ପାରଳା ପୁଲିସ ଅଟକ ରଖି ପଚରାଉଚରା କରିଛି । ବୋମିକା ଗ୍ରାମର ମୀନା ବେହେରା(୨୨) ଗତ ପ୍ରାୟ ୬ମାସ ପୂର୍ବେ ଯାଜପୁର ଗ୍ରାମର ରଘୁନାଥ ବେହେରାଙ୍କୁ ବିବାହ କରିଥିଲେ । ତେବେ ଆଜି ମଧ୍ୟାହ୍ନ ସମୟରେ କୌଣସି କାରଣରୁ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ । ସେ ଆତ୍ମହତ୍ୟା କରିବା ସମୟରେ ପରିବାର ସଦସ୍ୟମାନେ ଘରେ କେହି ନଥିଲେ । ଘଟଣାସ୍ଥଳକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ ପରିଦର୍ଶନ କରିଥିବାବେଳେ ପାରଳା ଏସ୍‌ଡିପିଓ ରାମକୃଷ୍ଣ ପତି ପହଞ୍ଚି ସବିଶେଷ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦଳୀୟ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ସକାଳୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବବ୍ୟବଚ୍ଛେଦ ହେବ ଏବଂ ସମସ୍ତ ତଥ୍ୟ ତଦନ୍ତ ଓ ଶବବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପରେ ହିଁ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking