ସୁନ୍ଦରଗଡ : ସ୍କୁଲ ହଷ୍ଟେଲ ରୁମରେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବେକରେ ରଶୀ ଲଗାଇ ଝୁଲିପଡିଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ସ୍କୁଲ କର୍ତ୍ତୁପକ୍ଷ । ହସ୍ପିଟାଲରେ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ହେମଗିରି ଥାନା ତୁମୁଲିଆ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦଶମ ଶ୍ରେଣୀ ପିଲାଙ୍କ ବିଦାୟକାଳୀନ ସମାରୋହ ଚାଲିଥିଲା । ବୈଠକ ଅଧାରୁ ଉଠି ହଷ୍ଟେଲ ରୁମକୁ ଯାଇଥିଲେ ଛାତ୍ରୀ । ହଷ୍ଟେଲ ରୁମରୁ ସୁଇସାଇଡ ନୋଟ ମିଳିଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।