34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଭାରତର ଚିନ୍ତା ବଢ଼ାଇଛି ପାକିସ୍ତାନର ପର୍ଯ୍ୟଟକ ଟ୍ରେନ୍

ଭାରତର ଚିନ୍ତା ବଢ଼ାଇଛି ପାକିସ୍ତାନର ପର୍ଯ୍ୟଟକ ଟ୍ରେନ୍

ନୂଆଦିଲ୍ଲୀ: ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ପୁଣି କିଛି ଷଡଯନ୍ତ୍ର ରଚୁଛି କି? ଏଭଳି ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ରାଜସ୍ଥାନ ନିକଟବର୍ତ୍ତି ପାକିସ୍ତାନ ସୀମାରେ ଏକ ଆପତ୍ତିଜନକ ସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ଭାରତ ସୀମାକୁ ଲାଗି ଖୋଖରାପାରରେ ଏକ ପର୍ଯ୍ୟଟକ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଏହି ଟ୍ରେନରେ ପର୍ଯ୍ୟଟକ ବସି ଭାରତ ପାକିସ୍ତାନ୍ ସୀମା ଦେଖୁଛନ୍ତି । ଗତ ୯ତାରିଖରେ ୧୦୦ଜଣ ପର୍ଯ୍ୟଟକଙ୍କୁ ଭାରତର ସୀମା ଦେଖାଇଛି ପାକିସ୍ତାନ୍ । ଯଦିଓ ଏହାକୁ ନେଇ ସୀମା ଜଗିଥିବା ବିଏସଏଫ୍ ପକ୍ଷରୁ କୌଣସି ମତ ରଖାଯାଉନାହିଁ । ତଥାପି କେଉଁଠି ନା କେଉଁଠି ସୀମାରେ ପାକିସ୍ତାନର ଏପରି ହରକତ ଚିନ୍ତା ବଢାଇଛି । ପ୍ରକୃତରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ଥର ଏକ୍ସପ୍ରେସ ପାଇଁ ପାକିସ୍ତାନ ଖୋଖରାପାର ଠାରେ ଏକ ଅସ୍ଥାୟୀ ରେଳ ଷ୍ଟେସନ ନିର୍ମାଣ କରିଥିଲା । ଭାରତର ଆପତ୍ତି ସତ୍ତ୍ୱେ ଏହି ସେବା ୨୦୦୬ରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୯ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ଭାରତ ଏହି ଟ୍ରେନ୍ ସେବା ବନ୍ଦ କରିଦେଇଥିଲା । ବର୍ତ୍ତମାନ ଏହି ରେଳ ଷ୍ଟେସନ ପାକିସ୍ତାନ ପାଇଁ ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି ଏବଂ ଏହାକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରୁଛି । ଭାରତ ଜିରୋ ଲାଇନରୁ ପ୍ରାୟ ୧ କିଲୋମିଟର ଦୂରରେ ମୁନାବାଓରେ ଏକ ଇମିଗ୍ରେସନ ସେଣ୍ଟର ଏବଂ ରେଳ ଷ୍ଟେସନ ନିର୍ମାଣ କରିଥିଲା । ଯେତେବେଳେ ପାକିସ୍ତାନ ୨୦୦୫ ମସିହାରେ ଶୂନ୍ୟ ରେଖା ପାଖରେ ଖୋଖରାପାର ରେଳ ଷ୍ଟେସନ ନିର୍ମାଣ କରିଥିଲା । ଭାରତର ବିରୋଧ ସତ୍ତ୍ୱେ ସେ ଏହାକୁ ନିର୍ମାଣ କରିଥିଲେ । ଏବେ ଏହି ଷ୍ଟେସନଟି ପର୍ଯ୍ୟଟନ ଟ୍ରେନର ଶେଷ ଷ୍ଟେସନ ପାଲଟିଛି । ଏଠାରୁ ସେମାନଙ୍କୁ ଭାରତର ଅନ୍ତର୍ଜାତୀୟ ସୀମା ଦେଖାଯାଉଛି । ଏବେ ପାକିସ୍ତାନ ଖୋଖରାପାରକୁ ସିନ୍ଧ ମରୁଭୂମି ସଫାରିର ଶେଷ ଷ୍ଟେସନ କରିଛି । ଏହି ଟ୍ରେନର ଉଦ୍ଦେଶ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା । ଥରପାରକର ଅଞ୍ଚଳରେ ପର୍ଯ୍ୟଟନ ବିକାଶ ପାଇଁ ପାକିସ୍ତାନ ସରକାର ଏହାକୁ ଏକ ଯୋଜନା ଭାବରେ ପ୍ରଚାର କରୁଛନ୍ତି । ଭାରତରେ ମୁନାବାଓ ଏବଂ ରୋହିଡି ଭଳି ଅନେକ ସୀମାନ୍ତ ସ୍ଥାନ ଅଛି ଯାହା ପର୍ଯ୍ୟଟନର ବଡ଼ କେନ୍ଦ୍ର ହୋଇପାରିବ । ଏଠାରେ ଲୋକଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ସରକାରୀ ରାଜସ୍ୱ ମଧ୍ୟ ବୃଦ୍ଧି ପାଇପାରିବ । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତିବନ୍ଧକ ଯୋଗୁଁ ଏଠାରେ ପର୍ଯ୍ୟଟନ ବିକାଶ ହୋଇପାରୁ ନାହିଁ । ସେପଟେ ପାକିସ୍ତାନ୍ ପର୍ଯ୍ୟଟକଙ୍କୁ ସୀମା ଦେଖାଇବା ବାହାନାରେ କୌଣସି ଷଡଯନ୍ତ୍ର ରଚୁନି ତ, ଏଭଳି କିଛି ସନ୍ଦେହ ସୃଷ୍ଟି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking