29.1 C
Bhubaneswar
Sunday, May 19, 2024
Homeଓଡିଶାନୀଳାଚଳ ଇସ୍ପାତ କାରଖାନା ର ସିକୁରିଟି ର ସହନ୍ଦେହ ଜନକ ଆତ୍ମ ହତ୍ୟା

ନୀଳାଚଳ ଇସ୍ପାତ କାରଖାନା ର ସିକୁରିଟି ର ସହନ୍ଦେହ ଜନକ ଆତ୍ମ ହତ୍ୟା

ଯାଜପୁର (ଓଏନଏ): ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାର କେୟାର ସିକୁରିଟି ସଂସ୍ଥାର ଅଧୀନରେ କାର୍ଯ୍ୟରତ ନେପାଳି ସିକୁରିଟିର ରହସ୍ୟଜନକ ମୃତ୍ୟୁ ।ସିକୁରିଟି ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କାରଣ ରହସ୍ୟମୟ ଅଟେ ।କାରଖାନା ବର୍ଷରୁ ଉର୍ଦ୍ଧ ବନ୍ଦ ।କର୍ମଚାରୀଙ୍କ ଦରମା ମାସ ମାସ ଧରି ନମିଳିବାରୁ ଧାରଣା ଓ ଆନ୍ଦୋଳନ ଲାଗି ରହିଛି ।ଅନେକ ଠିକା ଓ ସ୍ଥାଇ କର୍ମଚାରୀ ଦରମା ନମିଳିବାରୁ ଅନାହାର ଓ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କଲେଣି ।ଅନ୍ୟ କିଛି ଠିକା ଶ୍ରମିକ ଦରମା ଅଭାବରୁ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ନେପାଳି ସିକୁରିଟି ଦରମା ନପାଇ ହତାଶରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।କୋଭିଡି ସମୟରେ ଜୀବନ ଜୀବିକା ନିର୍ବାହ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଥିବା ବେଳେ କର୍ମଚାରୀ ମାନେ ୧୧ମାସରୁ ଉର୍ଦ୍ଧ୍ବ ଦରମା ନପାଇ ଅଭାଵ ଅନାଟନରେ ଦିନ ବିତାଉଛନ୍ତି ।ସଠିକ ଚିକିତ୍ସା ଅଭାବରୁ କୋଭିଡିରେ ଅନେକ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ଆଜି ତୈଲେକେଶ ମହାନ୍ତି ନାମକ ୪୧ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ନିୟମିତ ଓ ବକେୟା ଦରମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ଦ୍ୱାରା ଜରୁରୀକାଳୀନ ବୈଠକରେ ସ୍ଥାଇ ସମାଧନ ରାସ୍ତା ବାହାର କରିବାକୁ ନୀଳାଚଳ ମିଳିତ ମଞ୍ଚ , ଆସୋସିଏସନ ଏବଂ ସମସ୍ତ ୟୁନିୟନ ତରଫରୁ ଅନୁରୋଧ କରାଯାଇଛି ,ନହେଲେ ଆଗାମୀ ଦିନରେ ପରିସ୍ଥିତି ଅଣ ଆୟତ ହେବ ବୋଲି ନୀଳାଚଳ ମିଳିତ ମଞ୍ଚ ତରଫରୁ ଚେତାଵନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking