33.1 C
Bhubaneswar
Thursday, April 25, 2024
Homeଓଡିଶା*ରାଜ୍ୟରେ ୫ଜଣ କଂଗ୍ରେସ କୋଭିଡ ସେବକ ନିଯୁକ୍ତ ହେଲେ

*ରାଜ୍ୟରେ ୫ଜଣ କଂଗ୍ରେସ କୋଭିଡ ସେବକ ନିଯୁକ୍ତ ହେଲେ

ଭୁବନେଶ୍ୱର – ପୂର୍ବତନ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କରୋନା ମହାମାରୀ ଦେଶ ଓ ରାଜ୍ୟରେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । କରୋନାକୁ ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶରେ ସମସ୍ତ ଜନସାଧାରଣଙ୍କୁ ଟୀକା ନେବା ଉଚିତ । ଟୀକାନେବା ନେଇ କେନ୍ଦ୍ରସରକାର ଯେଉଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି ତାହା ଠିକ୍ ନୁହେଁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି । ସରକାର ଟୀକା ଦେଇ ପାରୁନାହାଁନ୍ତି, ଅନଲାଇନ ପଞ୍ଜିକରଣ କଲେ ମଧ୍ୟ ସ୍ଲଟ ମିଳୁନାହିଁ ତେଣୁ କେନ୍ଦ୍ରସରକାର ଜାଣି ରଖିବା ଉଚିତ ଭାରତର କେତେ ପ୍ରତିଶତ ଜନସାଧାରଣ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ ସାମାଜିକ ଗଣମାଧ୍ୟମ ୧୮ ବର୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ  ପଞ୍ଜିକରଣ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଏହି ଅବସରରେ ଟୀକା ନେବା ପଞ୍ଜିକରଣକୁ ସୂଚାରୁରୂପେ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ “କଂଗ୍ରେସ କୋଭିଡ ସେବକ” ଭାବେ ଦାଇତ୍ୱ ଦେଇଛନ୍ତି ବୋଲି ଆଜି ଏକ ପ୍ରେସବିଜ୍ଞପ୍ତିରେ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ” ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking