27.1 C
Bhubaneswar
Thursday, April 25, 2024
Homeଓଡିଶାଜେକେପୁର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଘଟଣ, ହାତକାଟି କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

ଜେକେପୁର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଘଟଣ, ହାତକାଟି କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଜେକେପୁର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ରାତିରେ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତ ଅଭିମନ୍ୟୁ ଗରଡ଼ିଆ (୩୩) ହାତ କାଟି ଆତ୍ମହତ୍ୟା କରିଛନ୍ତି ।
ଆତ୍ମହତ୍ୟା କରିଥିବା ଅଭିମନ୍ୟୁଙ୍କ ଘର କଲ୍ୟାଣସିଂହପୁର ବ୍ଲକର କରଞ୍ଜ ଗ୍ରାମରେ । ଚାନ୍ଦିଲି ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଉପସ୍ଥିତରେ ଶେଷକୃତ୍ୟ ସମ୍ପନ୍ନ କରିଛି । ଏଥି ସହିତ ପରିବାର ଲୋକଙ୍କ ବୟାନ୍ ରେକର୍ଡ କରିଛି ପୁଲିସ୍ । କଲ୍ୟାଣସିଂପୁର ବ୍ଲକ କରଞ୍ଜ ଗ୍ରାମର ଅଭିମନ୍ୟୁ ଗତ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଅଭିମନ୍ୟୁ ୨୧ରେ ଜେକେପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଧୀରେ ଧୀରେ ଅଭିମନ୍ୟୁ ସୁସ୍ଥ ହୋଇ ଆସୁଥିବା ବେଳେ ପାରିବାରିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଗତକାଲି ସଂଧ୍ୟାରେ ମାନସିକ ଭାରସାମ୍ୟ ହରାଇଥିଲେ । ପରିବାର ଲୋକଙ୍କ ସହ ସଂଧ୍ୟାରେ ଅଭିମନ୍ୟୁ ଫୋନ୍‌ରେ କଥା ମଧ୍ୟ ହୋଇଥିଲେ । ରାତି ପ୍ରାୟ ୧୨ଟାରେ ଅଭିମନ୍ୟୁ ୱାର୍ଡରୁ ବାହାରକୁ ଆସି କାନ୍ଥରେ ଲାଗିଥିବା ଏକ ଭଙ୍ଗା ଟାଇଲରେ ଦୁଇ ହାତର ଶିରାକୁ କାଟି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ହେବା ପରେ ଚିତ୍କାର ଶୁଣି ପାଶ୍ୱର୍ ୱାର୍ଡରେ ଥିବା ଅନ୍ୟ ଆକ୍ରାନ୍ତମାନେ ଘଟଣା ସମ୍ପର୍କରେ ଜାଣି ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ନର୍ସ ତୁରନ୍ତ ଅଭିମନ୍ୟୁଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା । ସକାଳେ ପରିବାର ଲୋକଙ୍କୁ ପ୍ରଶାସନ ଖବର ଦେବା ପରେ ପରିବାର ଲୋକ ମେଡିକାଲରେ ପହଞ୍ଚିଥିଲେ । ଚାନ୍ଦିଲି ଥାନା ସବ୍‌ଇନ୍ସପେକ୍ଟର ଭାସ୍କର ମାଣିଆ ମେଡ଼ିକାଲରେ ପହଞ୍ଚି ପିପିଇ କିଟ୍ ପିନ୍ଧି ମୃତଦେହର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରିବାର ଲୋକଙ୍କ ବୟାନ୍ ରେକର୍ଡ ପରେ ଚାନ୍ଦିଲି ପୁଲିସ୍ ଆତ୍ମହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking