40.1 C
Bhubaneswar
Wednesday, April 24, 2024
Homeଓଡିଶାବାଇକ୍‌ରେ ପୁଅନେଲା ବାପାଙ୍କ ମୃତଦେହ

ବାଇକ୍‌ରେ ପୁଅନେଲା ବାପାଙ୍କ ମୃତଦେହ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କରଙ୍ଗାମାଲ ଗ୍ରାମର ଯୁଗଳ କିଶୋର ମାଝୀ (୬୦) ଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଲେ ତାଙ୍କ ମୃତ୍ୟୁ ହୋଇଥିଲା । ସେ ଦୀର୍ଘଦିନ ହେବ ଶ୍ୱାସରେ ପୀଡ଼ିତ ଥିଲେ । ମଙ୍ଗଳବାର ତାଙ୍କ ଦେହ ବହୁତ ଅସୁବିଧା ଦେଖାଦେବାରୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ସେଠାରେ ପ୍ରଥମେ କରୋନା ଟେଷ୍ଟ କରାଯାଇଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ଟେଷ୍ଟ ରିପୋର୍ଟ ଆସିଥିବା ଆଗରୁ ତାଙ୍କ ମୃତ୍ୟୁ ହୋଇଥିଲା । ଶ୍ୱାସରେ ଅସୁବିଧା ହେଉଥିବାରୁ କାର୍ଯ୍ୟରେ ଥିବା ଡାକ୍ତରଙ୍କୁ ଅକ୍ସିଜେନ ଦେବାକୁ କହିଥିଲେ । କିନ୍ତୁ ଡାକ୍ତର ଜଣକ ଆମ କୌଣସି କଥା ଶୁଣିନଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏପରିକି ମୃତଦେହ ଘରକୁ ନେବାପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଡାକ୍ତର ବାବୁଙ୍କୁ ଜଣାଇଥିବା ବେଳେ ଡାକ୍ତର ଜଣକ ପାଖାପାଖି ୨ଘଣ୍ଟା ଅବହେଳା କରିଥିବା ପରିବାର ଲୋକେ କହିଛନ୍ତି । ଶେଷରେ ଶବନେବା ପାଇଁ ବିକଳ୍ପ ବ୍ୟବସ୍ଥା ନ ପାଇ ମୃତକଙ୍କ ସାନ ପୁଅ ପରମେଶ୍ୱର ମାଝି ଏବଂ ଭଣଜା ଦେବରାଜ ମାଝୀ ଶବକୁ ମୋଟର ସାଇକେଲରେ ବୋହି ଘରକୁ ନେଇ ଶବଦାହ କଲେ । ଦାନ ମାଝୀର ଘଟଣା ପୁନରାବୃତ୍ତି । ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁଗଳ କିଶୋର ମାଝୀ ଶ୍ୱାସ ନେବାରେ ଅସୁବିଧା ନେଇ ଆସିଥିଲେ । ତାଙ୍କ ରୋଗୀଙ୍କୁ ଅମ୍ଳଜାନ ଦିଆଯାଇନଥିବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅପର ପକ୍ଷେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏମ୍ବୁଲାନ୍ସ ନୂଆପଡାକୁ ରୋଗୀ ନେଇ ଯାଇଥିବା ବେଳେ ସିନାପାଲି ଠାରେ ମହାପ୍ରୟାଣ ଗାଡି ନାହିଁ । କିନ୍ତୁ ଅନ୍ୟ ଉପାୟରେ ଶବକୁ ଘରେ ଛାଡିବା ବ୍ୟବସ୍ଥା କରିବା ଆବଶ୍ୟକ ଥିଲା ହେଲେ ତାହା କାର୍ଯ୍ୟ ରେ ଥିବା ଡାକ୍ତର କି କର୍ମଚାରୀ ଧ୍ୟାନ ଦେଲେନାହିଁ । ବର୍ତ୍ତମାନ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚା ହେଉଛି । ଏନେଇ ନୂଆପଡା ଜିଲ୍ଲା ସିଡିଏମଓ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏଡିଏମଓ ଗୋପାଳ ଚନ୍ଦ୍ର ମଲ୍ଲିକ ଓ ସିନିୟର ମେଡିକାଲ ଅଫିସର ସଂଜୀବ ନାଏକ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଛାନଭିନ କରୁଛନ୍ତି । ସିଡିଏମଓ ଶ୍ରୀ ବେହେରାଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking