29.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦ ବିରୁଦ୍ଧରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ)ର...

ପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦ ବିରୁଦ୍ଧରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ)ର ବିକ୍ଷୋଭ

ଯାଜପୁର ତା ୧୬/୧୨ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ପକ୍ଷରୁ ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ଓ ୧୪ଟି ବି ଇଡି କଲେଜ ବନ୍ଦ ବିରୁଦ୍ଧରେ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରା ଯାଇଛି l ଏହି ପରିପ୍ରେକ୍ଷୀରେ ଯାଜପୁର ରୋଡ ଠାରେ ଏକ ପ୍ରତିବାଦ ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ବାହାରି ବଜାର ପରିକ୍ରମା କଲାପରେ କଳିଙ୍ଗନଗର ଏ ଡି ଏମ ଙ୍କ ଅଫିସ ସମ୍ମୁଖରେ ପହଂଚି ଥିଲା ସେଠାରେ ଏସ ୟୁ ସି ଆଇ ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିବାଦ ସଭାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ରାଜ୍ୟ କମିଟି ସଭ୍ୟ କମ୍ରେଡ କେଦାରନାଥ ସାହୁ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଶରତ ଜେନା, ହୃଷିକେଶ ସିଂ, ରାଧାକାନ୍ତ ଜେନା, ମହେଶ୍ୱର ପୃଷ୍ଟି, ଅଲେଖ ମଲିକ, କାର୍ତ୍ତିକ ହାଲଦାର, ଗୋଲେଖ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କର ଶିକ୍ଷା ମlରଣ ନୀତି ର ତୀବ୍ର ନିନ୍ଦା କରି ଥିଲେ l ବିକ୍ଷୋଭକାରୀ ଙ୍କ ପକ୍ଷରୁ କଳିଙ୍ଗନଗର ଏ ଡି ଏମ ଙ୍କ ଜରିଆରେ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking