30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦ୍ୱୀତିୟ ବିବାହ ଭୋଜି ନଦେବାରୁ ଛୁରୀରେ ଭୁଷି ହତ୍ୟା

ଦ୍ୱୀତିୟ ବିବାହ ଭୋଜି ନଦେବାରୁ ଛୁରୀରେ ଭୁଷି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଲିଗଡ଼ ଠାରେ ଏକ ହତ୍ୟା ଘଟଣା ଘଟଣା ସାମାନାକୁ ଆସିଛି । ଯେଉଁଠି ଏକ ଯୁବକକୁ ଛୁରୀରେ ଭୁଷି ହତ୍ୟା କରାଯାଇଛି । ଯୁବକ ଜଣକ ନିଜ ୨ୟ ବିବାହର ଭୋଜି ଦେଇନଥିଲେ । ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ପୋଲିସ ଏକ ବ୍ୟକ୍ତିକୁ ଗିରଫ କରିଛି ।
ବ୍ୟକ୍ତି ଜଣଙ୍କ ହତ୍ୟାର ୪ ଘଣ୍ଟା ପୂର୍ବରୁ ବାହା ହୋଇଥିଲା । ଯୁବକ ଜଣଙ୍କ ପ୍ରଥମ ବାହାଘର ୭ ବର୍ଷ ପୂର୍ବେ କୁଡ଼ା ପଟିଆଲା ଜିଲ୍ଲା ନୀବାସି ନଗିନାଙ୍କ ସହ ହୋଇଥିଲ । ତାଙ୍କ ଠାରୁ ୨ ଛୋଟଛୁଆ ମଧ୍ୟ ଅଛନ୍ତି । ଏହି ହତ୍ୟା ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପଲିମୁକିମପୁରର ବବଲୁ ସୁର‌୍ୟବଂଶୀ ପେଶାରେ ଜଣେ ପଶୁ ବେପାରୀ ଥିଲେ ।
ସୂଚନା ଅନୂସାରେ ପୂର୍ବ ୨ ବର୍ଷ ହେବ ବବଲୁଙ୍କ ପ୍ରଥମ ପତ୍ନୀ ରୋଗରେ ପିଡ଼ୀତ ଥିଲେ । ଯେଉଁଥିପାଇଁ ପତ୍ନୀ ନଗିନା ନିଜ ସ୍ୱାମୀଙ୍କ ସହ ସାନ ଭଉଣୀ ବବଲିକୁୁ ବିବାହ କରିବା ପାଇଁ ମନାଇଥିଲେ । ସୋମବାର ଦିନ ନଗିନା ସ୍ୱାମୀ ଓ ସାନ ଭଉଣୀର ବିବାହ କରାଇଥିଲେ ଓ ଦୁଇ ପତ୍ନୀଙ୍କ ସହ ସଂନ୍ଧ୍ୟା ୪ ଟା ବେଳକୁ ନିଜ ଗାଁକୁ ଫେରିଆସିଥିଲେ । ଘରେ ହସ ଖୁସିର ପରିବେଶ ମଧ୍ୟ ଥିଲା ।
ଘର ପଖରେ ରହୁଥିବା ୪ ଜଣ ଯୁବକ ବବଲୁଙ୍କୁ ନିଜ ଘରକୁ ଡ଼ାକିଥିଲେ ଓ ବାହାଘର ପାର୍ଟି ଦେବା ପାଇଁ ଜିଦି କରିଥିଲେ । ବବଲୁ ମଦ ଓ ଭୋଜି ଦେବା ପାଇଁ ସିଧା ମନା କରିଦେଇଥିଲେ । ଏହି କଥାକୁ ନେଇ ବିବାଦ ହୋଇଥିଲ । ଏହି ଘଟଣାକୁ କେନ୍ଦ୍ର କରି ୪ ଜଣ ଯୁବକ ବବଲୁଙ୍କ ଛାତିରେ ଛୁରୀ ଭୁଷି ଦେଇଥିଲେ । ସେଠାରୁ କଳେ ବଳେ ବବଲୁ ଜୀବନ ବଞ୍ଚାଇ ପଳାଇ ଆସିଥିଲେ ଓ ନିଜ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ତୁରନ୍ତ ମେଡ଼ିକାଲକୁ ନେଇ ଯାଇଥିଲେ ସେଠାରେ ଦାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗ୍ରାମୀଣ ଏସପି ଏହି ଘଟଣାର ସୂଚନା ଦେଇଥିଲେ ଓ କହିଥିଲେ ଯେ ମାମଲାର ଯାଞ୍ଚ କରି ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଅନ୍ୟ ଆରେପୀ ମାନଙ୍କୁ ଖୋଜୁଛି ଓ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking