27.1 C
Bhubaneswar
Saturday, July 27, 2024
Homeଓଡିଶାଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଇଟିସିଏମ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଇଟିସିଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥା (ଡିଆର୍‌ଡିଓ)କୁ ଆଉ ଏକ ସଫଳତା । ବାଲେଶ୍ୱର ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଆଇଟିସିଏମର( Indigenous Technology Cruise Missile) ପରୀକ୍ଷଣ ସଫଳ ହୋଇଛି । ଆଇଟିସିଏମ ହେଉଛି ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ କ୍ରୁଜ ମିଶାଇଲ । ଏନେଇ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଡିଆରଡିଓର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ଥିଲେ । ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ସହିତ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି ।

ପରୀକ୍ଷଣ ସମୟରେ ସମସ୍ତ ଯନ୍ତ୍ରପାତି ଆଶନୁରୂପକ କାର୍ଯ୍ୟ କରିଥିଲେ । ଆଇଟିଆର ଦ୍ୱାରା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍‌) ଏବଂ ଟେଲିମେଟ୍ରି ଦ୍ୱାରା ଏହି ମିସାଇଲ୍ କାର୍ଯ୍ୟଦକ୍ଷତାକୁ ନିରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା । ଏହାସହ ଏହି କ୍ଷେପଣାସ୍ତ୍ର ଉପରେ ସ୍ୱତନ୍ତ୍ର ନଜର ରଖିଥିଲା IAF Su-30-Mk-I ଏୟାରକ୍ରାଫ୍ଟ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥାର ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶଥାଉକି, ଗତ ୧୪ ତାରିଖରେ ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS) ମିସାଇଲର ପରୀକ୍ଷଣ କରାଯାଇଥିଲା । ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଏହାର କ୍ରମାଗତ ଦୁଇଟି ପରୀକ୍ଷଣ କରାଯାଇଥିଲା । ଉଭୟ ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି । ଏହାକୁ କୌଣସି ପ୍ରକାର ବାୟୁ ଟାର୍ଗେଟ ବା ଏରିଏଲ ଟାର୍ଗେଟକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଭୂପୃଷ୍ଠରୁ ଆକାଶ ପଥକୁ ନିକ୍ଷେପ କରିହେବ । ଏହା କେବଳ ସ୍ଥିର ଟାର୍ଗେଟ ନୁହେଁ, ବରଂ ଦୃତଗତିରେ ବାୟୁମଣ୍ଡଳରେ ଗତି କରୁଥିବା କୌଣସି ଗତିଶୀଳ ବସ୍ତୁ କିମ୍ବା ଲଢୁଆ ବିମାନକୁ ମଧ୍ୟ ଅତି ସହଜରେ ହିଟ୍ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking