31.1 C
Bhubaneswar
Wednesday, May 6, 2026
Homeଓଡିଶାନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ବଜରପଲ୍ଲୀରେ ମାଗଣା...

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ବଜରପଲ୍ଲୀରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଯାଜପୁର : ଆଜି ବୁଧ ବାର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦି ବ୍ଲକ ସାଳିଜଙ୍ଗା ପଞ୍ଚାୟତର ବଜରପଲ୍ଲୀ ଗ୍ରାମରେ ଏକ ସାପ୍ତାହିକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ବିସ୍ଥାପିତ ପରିବାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ସର୍ବମୋଟ ୨୪ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉପକୃତ ହୋଇଛନ୍ତି l ଏହି ଶିବିରରେ ୧୮ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ମିଶାଇ ମୋଟ ୨୪ ଜଣ ହିତାଧିକାରୀଙ୍କୁ ଡାକ୍ତରୀ ସ୍କ୍ରିନିଂ ଓ ସେବା ପ୍ରଦାନ କରାଯାଇଛି। ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ୩ ଜଣ ଶିଶୁ, ୪ ଜଣ ବୃଦ୍ଧ ଏବଂ ୧୭ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କାରାଇ ଥିଲେ। ଏହି ଶିବିରରେ ୧୫ ଜଣଙ୍କର ଅଣସଂକ୍ରାମକ ରୋଗ ଥିବା ଚିହ୍ନଟ କରାଯାଇଥିଲା, ଯେଉଁଥିରେ ୪ ଜଣ ଉଚ୍ଚ ରକ୍ତଚାପ ରୋଗୀ ଚିହ୍ନଟ ହୋଇଥିଲେ। ମଧୁମେହର କୌଣସି ମାମଲା ଚିହ୍ନଟ ହୋଇନଥିଲା । ଏହାବ୍ୟତୀତ ଟିମ ୧୦ ଜଣଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ , ଯେଉଁଥିରେ ୮ ଜଣଙ୍କ ମାଂସପେଶୀ ଜନିତ ରୋଗ, ୨ ଜଣଙ୍କ ଶ୍ୱାସନଳୀ ସଂକ୍ରମଣ, ଜଣେ ସ୍ତ୍ରୀ ରୋଗ, ୩ ଜଣଙ୍କ ରକ୍ତହୀନତା, ୫ ଜଣଙ୍କ ଚର୍ମ ରୋଗ ଏବଂ ୨ ଜଣଙ୍କ ଭାଇରାଲ ଜ୍ୱର ଏବଂ ୫ ଜଣଙ୍କର ସାଧାରଣ ଦୁର୍ବଳତା ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବିଷୟରେ ଜଣାପଡିଥିଲା ଏବଂ ସେମାନଙ୍କ ଚିକିତ୍ସା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଗୋଟିଏ ପ୍ରସବ କାଳୀନ ଯତ୍ନ (ଏଏନସି) ଚେକ୍ଅପ୍ ମଧ୍ୟ କରାଯାଇଥିଲା। ସ୍ୱାସ୍ଥ୍ୟ ଶିବିରରେ ବିସ୍ଥାପିତ ପରିବାରକୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏବଂ ସମ୍ପ୍ରଦାୟର ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking