29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶୟୁପିଏସସି ପରୀକ୍ଷା ଫଳ ବାହାରିବା ପରେ ଜୀବନ ହାରିଲେ ଚାଷୀଙ୍କ ଝିଅ

ୟୁପିଏସସି ପରୀକ୍ଷା ଫଳ ବାହାରିବା ପରେ ଜୀବନ ହାରିଲେ ଚାଷୀଙ୍କ ଝିଅ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ଏପ୍ରିଲ ୧୬ ତାରିଖରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏଥିସହିତ ପ୍ରାର୍ଥୀମାନେ ନିଜନିଜର ସଫଳତା ପଛର କାହାଣୀକୁ ସମସ୍ତଙ୍କ ସହିତ ଆଲୋଚନା କରୁଛନ୍ତି । ଏହି କ୍ରମରେ ଏକ ଦୁଃଖଦ ଘଟଣା ବି ସାମ୍ନାକୁ ଆସିଛି । ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀ ରହୁଥିବା ପିଜିର ତୃତୀୟ ମହଲାରୁ ଡେଇଁ ଜୀବନ ହାରି ଦେଇଛନ୍ତି ।

ମୃତକ ଛାତ୍ରୀ ଉତ୍ତରପ୍ରଦେଶର ମେରଠର ବାସିନ୍ଦା । ଛାତ୍ରୀଙ୍କ ବାପା ଗାଁରେ ଚାଷଜମିରେ କାମ କରନ୍ତି । ବହୁତ କଷ୍ଟରେ ଟଙ୍କା ଏକାଠି କରି ଗତ ୧୦ବର୍ଷ ହେବ ଦିଲ୍ଲୀର ମୁଖାର୍ଜୀ ନିଗରରେ ରହି ପ୍ରତିଯୋଗୀ ପରୀକ୍ଷା ପାଇଁ ଛାତ୍ରୀ ପ୍ରସ୍ତୁତି କରୁଥିଲେ । ଗତ ମଙ୍ଗଳବାର ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ବାହାରିବା ପରେ ଅପରାହ୍ନ ୩.୨୦ରେ ସେ ରହୁଥିବା ପିଜିର ତୃତୀୟ ମହଲାରୁ ଡେଇଁ ଜୀବନ ହାରି ଦେଇଥିଲେ ।

ଅନ୍ୟ ଛାତ୍ରୀମାନେ ଏହି ଘଟଣା ସମ୍ପର୍କରେ ପିସିଆରକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁଃଖର ବିଷୟ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ ଛାତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲା । ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି କି, ତାଙ୍କ ଝିଅକୁ କେହି ଷଡଯନ୍ତ୍ର କରି ହତ୍ୟା କରିଛି । ପୁଲିସ ସମସ୍ତ ଦିଗକୁ କେନ୍ଦ୍ର କରି ଘଟଣାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking