ବ୍ୟୁରୋ : ପଶ୍ଚିମବଙ୍ଗ ଏବେ ସନ୍ଦେଶଖାଲି ମାମଲାକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଛି। ଏଠାକାର ମହିଳାମାନେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ମମତା ସରକାରଙ୍କ ଉପରେ ବିରୋଧୀ ଲଗାତାର ଟାର୍ଗେଟ କରୁଛନ୍ତି। ଏହା ଭିତରେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି।ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି କ୍ରୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।ସେ ଆହୁରି କହିଛନ୍ତି, ‘ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା। ଟିଏମସି ନେତା ଶାହଜାହାନ ଶେଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳାମାନଙ୍କୁ ଯୌନ ନିର୍ଯାତନା ତଥା ବଳାତ୍କାର କରିଥିବା ଶାହଜାହାନ ଶେଖଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।