27.1 C
Bhubaneswar
Saturday, July 27, 2024
Homeଓଡିଶାସଫାଇ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ରାଜ୍ୟ ସ୍ତରୀୟ ବୈଠକ

ସଫାଇ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ରାଜ୍ୟ ସ୍ତରୀୟ ବୈଠକ

ଭୁନେଶ୍ବର: ଭୁନେଶ୍ବର ମହାନଗର ନିଗମ (CITU) ଆହ୍ବାନ କ୍ରମେ ଆଜି ଶ୍ରମିକ ଭବନ ଠାରେ ରାଜ୍ୟର ବିଭିନ୍ନ ମହାନଗର ନିଗମ ଏବଂ ମ୍ୟୁନିସପାଲିଟି ର ଶ୍ରମିକ ୟୁନୀୟନ୍ ନେତୃତ୍ୱ ସଫାଇ କର୍ମଚାରୀ ଡି ଏଲ ଆର/ କାଜୁଆଲ ଶ୍ରମିକ ଭାବରେ ଦୀର୍ଘ ୧୦ ରୁ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ରେଗୁଲାର ନିଯୁକ୍ତି ଦେବା, ଇ ପି ଏଫ୍ ଟଙ୍କା ତୁରନ୍ତ ଡୀପୋଜିଟ କରିବା, ସମସ୍ତଙ୍କ ପାଇଁ ଇ ଏସ ଆଇ ସ୍କିମ ଲାଗୁ କରିବା, ସବେଇତନିକ ଜାତୀୟ ଛୁଟି ପ୍ରଦାନ କରିବା, ଅବସର କାଳୀନ ସମସ୍ତ ବେନିଫିଟ ଓ ଗ୍ରାଚୁଇଟି ପ୍ରଦାନ କରିବା, ଆଉଟ୍ ସୋର୍ଶିଂ ଠିକାଦାରୀ ଉଚ୍ଛେଦ କରି ସମସ୍ତ ସଫାଇ କର୍ମଚାରୀ ସରକାର ଙ୍କ ଅଧୀନ କୁ ଆଣିବା, ଡ୍ରାଇଭର ମାନଙ୍କୁ ସ୍କିଲ ୱାର୍କର୍ ମଜୁରୀ ପ୍ରଦାନ କରିବା ଇତ୍ୟାଦି ଦାବିନେଇ ଏକ ଆଲୋଚନା ସଭା CITU ର ସର୍ବ ଭାରତୀୟ ଉପସଭାପତି ତଥା ଭୁବନେଶ୍ୱର ମହାନଗର ନିଗମ ଶ୍ରମିକ ସଂଘ ର ସଭାପତି ସାଥୀ ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି।

ଏଥିରେ ବ୍ରହ୍ମପୁର ମହାନଗର ନିଗମ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ସୁନ୍ଦର ନାୟକ, ପୁରୀ ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଟୁନା ନାୟକ, ବି ଏମ୍ ସି ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଗୁରୁବାରି ନାୟକ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ପରିଷଦ ରୁ ଶ୍ରମିକ ନେତୃତ୍ୱ ମାନେ ଯୋଗ ଦେଇ ନିଜ ନିଜର ସମସ୍ୟା ଓ ଆଇନ ଗତ ଦାବି ବିଷୟରେ କହି ଥିଲେ ଏବଂ ଯଦି ସରକାର ତୁଅନ୍ତ ଆସନ୍ତା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା ନ କରନ୍ତି ଏବଂ ଘୃଣ୍ୟ ଠିକାଦାର ପ୍ରଥା ଉଠାଇ ଶ୍ରମିକ ଶୋଷଣ ଓ ନିର୍ଯାତନା ବନ୍ଦ ନକରନ୍ତି ଆଗାମୀ ଦିନରେ ସମଗ୍ର ରାଜ୍ୟରେ ବିଶାଳ ସଫେଇ କର୍ମଚାରୀ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିବ ଏବଂ ରାଜ୍ୟ ସରକାର ତାର ଉତ୍ତରଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସଭାରେ ସିଟୁ ର ରାଜ୍ୟ ନେତା ସତ୍ୟାନନ୍ଦ ବେହେରା, ପ୍ରଦୀପ୍ତ ନାୟକ , ସୁରେଶ ରାଉତରାୟ, ଡ. ଉପେନ୍ଦ୍ର ଶର୍ମା, ବଳରାମ ନାୟକ ଏବଂ ଅନ୍ୟମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଶ୍ରମିକ ଆନ୍ଦୋଳନ କୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking