25.8 C
Bhubaneswar
Saturday, July 27, 2024
Homeଓଡିଶା୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ

୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ

ରାଇରଙ୍ଗପୁର: ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି । ଯାହା କାର୍ଯ୍ୟସୂଚୀ ରହିଛି, ମହାମହିମ ଆଉ ଦୁଇ ଦିନ ପରେ ମୟୂରଭଞ୍ଜ ଆସିବେ । ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚିବେ । ସେଠାରୁ ଦିନ ୩.୫୦ ମିନିଟ୍ ସମୟରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ପୂର୍ବାହ୍ନ ୪.୪୫ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସେହିଦିନ ପୂର୍ବାହ୍ନ ୫.୧୫ଟାରୁ ୬.୦୦ ପର୍ଯ୍ୟନ୍ତ ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ, ରାଇରଙ୍ଗପୁରରୁ ଯଶୀପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଷ୍ଟ୍ରେଚ ମଜବୁତ କରିବା ସହିତ ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ ଏବଂ ବଡ଼ସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ ଭର୍ଚୁଆଲ ମୋଡ଼ରେ କରିବେ । ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ୬.୧୦ ସମୟରେ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking