27.1 C
Bhubaneswar
Monday, June 16, 2025
Homeଦେଶ ବିଦେଶଯୋଗୀ ସରକାରଙ୍କ ଟାବଲେଟ୍ ଯୋଜନା

ଯୋଗୀ ସରକାରଙ୍କ ଟାବଲେଟ୍ ଯୋଜନା

ନୂଆଦିଲ୍ଲୀ : ଯୋଗୀ ସରକାରଙ୍କ ଟାବଲେଟ୍ ଯୋଜନା । ଏଣିକି ଛାତ୍ରଛାତ୍ରୀମାନେ ମାଗଣାରେ ପାଇବେ ଟାବଲେଟ୍-ସ୍ମାର୍ଟଫୋନ । ଉତ୍ତରପ୍ରଦେଶର ଯୋଗୀ ସରକାର ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ ଏବଂ ଟାବଲେଟ୍ ଯୋଗାଇଦେବେ । ଉତ୍ତରପ୍ରଦେଶର ଯୁବକମାନଙ୍କ ବୈଷୟିକ ସଶକ୍ତକରଣ ପାଇଁ ୟୁପି କ୍ୟାବିନେଟ୍ ମାଗଣା ସ୍ମାର୍ଟଫୋନ ଏବଂ ଟାବଲେଟ୍ ସ୍କିମ ପ୍ରସ୍ତାବକୁ ଅନୁମୋଦନ କରିଛି ।

ଏହି ଯୋଜନାରେ ପ୍ରାୟ ୩ହଜାର କୋଟି ଟଙ୍କା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍-ସ୍ମାର୍ଟଫୋନ ପ୍ରଦାନ କରାଯିବ । ସ୍ନାତକୋତ୍ତର, ପୋଷ୍ଟ ଗ୍ରାଜୁଏଟ୍, ବି-ଟେକ, ପଲିଟେକ୍ନିକ, ମେଡଡିକାଲ ଏଜୁକେସନ, ପାରାମେଡିକାଲ୍ ଏବଂ ସ୍କିଲ ଡେଭଲପମେଣ୍ଟ ମିଶନରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟଫୋନ କିମ୍ବା ଟାବଲେଟ୍ ଦିଆଯିବ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଅନୁମୋଦନ କରାଯାଇଛି ।

କରୋନା ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥି ସହିତ ଅଧିକାଂଶ ପରୀକ୍ଷା ଅନଲାଇନରେ ମଧ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ଯୁବକଙ୍କ ଡିଜିଟାଲ ସଶକ୍ତିକରଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଲାଭ ଦେବା ପାଇଁ ଯୋଗୀ ସରକାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବେ । ଯାହା ଚିହ୍ନିତ ଶିକ୍ଷାନୁଷ୍ଠାନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବେ । ଯାହାପରେ ଯୋଗ୍ୟତା ଅନୁଯାୟୀ ଟାବଲେଟ୍ କିମ୍ବା ସ୍ମାର୍ଟଫୋନ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking