27.1 C
Bhubaneswar
Sunday, July 13, 2025
Homeଓଡିଶାମହିଳାଙ୍କୁ ହତ୍ୟା ଅଭିଯୋଗ: ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ

ମହିଳାଙ୍କୁ ହତ୍ୟା ଅଭିଯୋଗ: ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ

ସୋର: କୁଚିଆକୋଇଲି ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ । ତେବେ ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ସୋର ମେଡ଼ିକାଲ ଆଗରେ ଜ୍ବାଇଁ ଓ ଶାଶୁକୁ ମାଡ଼ ମାରିଛନ୍ତି।ସୂଚନା ଅନୁସାରେ, କୋଚିଆକୋଇଲି ଗ୍ରାମର ରାଜେନ୍ଦ୍ର ମଳିକଙ୍କ ସହ କ୍ଷୀରକୋଣା ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଝିଅ ରୁନୁ ଦାସଙ୍କର ବୈଦିକ ରୀତିରେ ଗତ ନଅ ବର୍ଷ ତଳେ ବିବାହ କରିଥିଲେ। ଆଜି ସକାଳେ ଶୋଇବା ଘରେ ରୁନୁ ବେକରେ ଶାଢି ବାନ୍ଧି ଝୁଲିପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ରାଜେନ୍ଦ୍ର ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରୁନୁଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ। କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ରାଜେନ୍ଦ୍ରକୁ ଅଟକ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking