34.1 C
Bhubaneswar
Wednesday, May 1, 2024
Homeଓଡିଶା*ପ୍ରଦେଶ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ ଆୟୋଜିତ*

*ପ୍ରଦେଶ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ ଆୟୋଜିତ*

ଭୁବନେଶ୍ୱର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ ସମାବେଶ ଆୟୋଜିତ ହୋଇଯାଇଛି । ପ୍ରଥମେ ଶ୍ରୀ ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ଦେଇ ମାଷ୍ଟରକ୍ୟାଂଟିନ ସ୍ଥିତ କଂଗ୍ରେସ ଭବନକୁ ଆସିଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର ଉଦ୍‌ବୋଧନ ଦେଇ କହିଥିଲେ ଯେ ଛାତ୍ର କଂଗ୍ରେସ ହିଁ ପରିସ୍ଥିତିର ପରିବର୍ତନ କରିପାରିବ । ରାଜ୍ୟର ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରର ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ଶାଣିତ ସ୍ୱର ଉତୋଳନ କରିବା ପାଇଁ ସେ ଛାତ୍ର କଂଗ୍ରେସକୁ ଉପଦେଶ ଦେଇଥିଲେ । ସେ ନିଜର ଛାତ୍ର କଂଗ୍ରେସ ରାଜନୀତି ସମୟର ସଂଗ୍ରାମର ଅଭିଜ୍ଞତାକୁ ପ୍ରକାଶ କରି କହିଥିଲେ ଯେ ଆଜି କଂଗ୍ରେସରେ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ଏବଂ ନାମୀନେତାମାନେ ଛାତ୍ର କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଛନ୍ତି । ସେ କହିଥିଲେ ଯେ ନବୀନ ବାବୁଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡିଶାରେ କଂଗ୍ରେସ ହୀରାକୁଦ ଡ୍ୟାମ, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ନାଲ୍‌କୋ ପ୍ରଭୃତି ଅନେକ ଆଖିଦୃଶିଆ ପ୍ରତିଷ୍ଠାନ କରିଥିବା ବେଳେ ବିଜେଡି ୨୦ ବର୍ଷ ଧରି ଲୋକଙ୍କୁ ଲୁଣ୍ଠନ ଓ ଶୋଷଣ କରୁଛି । ଅନ୍ୟ ପକ୍ଷରେ ମୋଦି ସରକାର ଏକ କୃଷକବିରୋଧ କୃଷି ନୀତି ପ୍ରଣୟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ । ଯୁବ ବିଜେଡି ସମାବେଶରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ବିଜୁବାବୁ ଓ ନବୀନବାବୁ ଓଡିଶା ପାଇଁ କିଛି କରିନାହାନ୍ତି । ପାରାଦ୍ୱୀପ ଏବଂ ହାଇୱେ ଏକ୍ସପ୍ରେସ୍ ବିଜୁ ବାବୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲା ବେଳେ ହୋଇଥିଲା । ପରବର୍ତୀ ସମୟରେ ବିଜୁବାବୁ କ୍ଷମତାସୀନ ହୋଇଥିଲେ ମଧ୍ୟ ଓଡିଶାର ବିକାଶ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିନାହାନ୍ତି । ୨୦ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡିଶାକୁ ରସାତଳଗାମୀ କରିଛି । କରୋନା ମୁକାବିଲାରେ ଏ ସରକାର ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ । ମାତ୍ର ସେ ତାଙ୍କର ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କାରଖାନା ବା ଶିଳ୍ପ ପ୍ରତିଷ୍ଠା କରିବେ କ’ଣ କଂଗ୍ରେସ ସମୟରେ ପ୍ରତିଷ୍ଠା କରାଯାଇଥିବା ସମସ୍ତ ବୃହତ୍ ଓ ମଧ୍ୟମ ଶିଳ୍ପକୁ ବନ୍ଦ କରିଦେଲେ ।


ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ କମ୍ପନ ସମାବେଶର ବାର୍ତା ଓଡିଶାର ପୁରପଲ୍ଲୀରେ ପ୍ରତିଧ୍ୱନିତ ହେବ । ଉଭୟ ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ଛାତ୍ର କଂଗ୍ରେସ ସଂକଳ୍ପବଦ୍ଧ । ସେ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ଛାତ୍ର ଓ ଯୁବ ସମାଜକୁ ପ୍ରତାରିତ କରିଛନ୍ତି । ଓଡିଶାରେ ୨୦ ବର୍ଷରେ ୪୦ ଲକ୍ଷ ବେକାର ଯୁବକ ଯୁବତୀ ଏବଂ ଭାରତରେ ୪୦ କୋଟି ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ରାଜରାସ୍ତାରେ ଚିତ୍କାର କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ବେସରକାରୀ ସ୍କୁଲ ମାଲିକମାନଙ୍କ ସାଙ୍ଗରେ ହାତ ମିଳାଇ ଆଜି ୧୪ ହଜାର ସ୍କୁଲ ବନ୍ଦ କରିବାର ନିଷ୍ପତି ନେଇଛନ୍ତି । ଓଡିଶାର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ସ୍କୁଲ ଅଛି ଶିକ୍ଷକ ନାହାନ୍ତି । କରୋନା ସମୟରେ ଅଭିଭାବକମାନେ ସ୍କୁଲ ଫି ଦେବା ପାଇଁ ସମର୍ଥ ହୋଇପାରୁନଥିବା ବେଳେ ବେସରକାରୀ ସ୍କୁଲର ମାଲିକମାନେ ଅଭିଭାବକମାନଙ୍କ ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି, ମାତ୍ର ମୁଖ୍ୟମନ୍ତ୍ରୀ ସେମାନଙ୍କ ହାତରେ ସଖୀ କଣ୍ଢେଇ ସାଜିଛନ୍ତି । ଶ୍ରୀ ନୱାଜ କହିଥିଲେ ଯେ ସେ ମୟୁରଭଞ୍ଜରୁ ମାଲକାନାଗିରି ପର୍ଯ୍ୟନ୍ତ ଗସ୍ତ କରିବେ । ଛାତ୍ରମାନଙ୍କର ପରିସ୍ଥିତି ସଂପର୍କରେ ବୁଝିବେ ଏବଂ ଛାତ୍ର କଂଗ୍ରେସର କର୍ମକର୍ତାମାନେ ପଂଚାୟତ, ବ୍ଲକ, ଜିଲ୍ଲା ଓ ସଚିବାଳୟ ସ୍ତରରେ ହେଉଥିବା ଦୁର୍ନୀତିର ଦୃଢ଼ ପ୍ରତିବାଦ କରିବେ । ଯଦି ଛାତ୍ରମାନଙ୍କର ସ୍ୱାର୍ଥ ସାଧନ ଆନ୍ଦୋଳନରେ ତାଙ୍କୁ କାରାବରଣ କରିବାକୁ ପଡେ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଲେ ମା’କୁ ସମ୍ମାନ ଦେବା ପାଇଁ ଆହ୍ୱାନ ଦେଇଥିବା ନବୀନ ସରକାର ଅମଳରେ ମାତୃଜାତି ଅଧିକ ଉପେକ୍ଷିତ ଓ ଅତ୍ୟାଚାରିତ । ଶ୍ରୀ ମିଶ୍ର ଛାତ୍ରମାନଙ୍କ ସଂଗଠନ ଉପରେ ଆସ୍ଥା ପ୍ରକଟ କରି କହିଥିଲେ ଯେ ଛାତ୍ର କଂଗ୍ରେସ ଯଦି ସଂଗଠିତ ହୋଇ ଆନ୍ଦୋଳନ କରେ ତେବେ କଂଗ୍ରେସର ପୂର୍ବ ଗୌରବ ଫେରି ଆସିବ । ସେଥିପାଇଁ କିଛି ତ୍ୟାଗ ସ୍ୱୀକାର କରିବାକୁ ପଡିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଶରତ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସଂଗ୍ରାମ କେଶରୀ ଜେନା, ଡ. ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରଜତ ଚୌଧୁରୀ, ଅଧିରାଜ ପାଣିଗ୍ରାହୀ, ରାଜୀବ ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଦୀପ ମାଝୀ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଡ. ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାସ, ସତ୍ୟପ୍ରକାଶ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମନୋରଞ୍ଜନ ଦାଶ, କିରଣ ସାହୁ, ରଂଜିତ ଦାସ, ଜୟନ୍ତ ଭୋଇ, ପଦ୍ମାକର ଗୁରୁ, ରଂଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ବିପ୍ଳବ ଶିଳାଦିତ୍ୟ, ଅଭିଳାଷ ମାଣିଆ, ଚାଲୁ ମଙ୍ଗରାଜ, ପ୍ରଭାସକର ମହାପାତ୍ର, ଦେବଦତ ଦାସ, ତୁଷାରକାନ୍ତ ତପସ୍ୱୀ, ମମତା କୁଣ୍ଡୁ, ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଆଲୋକ ଲେଙ୍କା, ଉମେଶ ଜେନା, ରାଜକିଶୋର ବାରିକ, ମନ୍ମଥ ରାଉତରାୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଲିଙ୍ଗରାଜ ସାହୁ, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ଗୋପନ ମାର୍ଥା, ବାଦଲ ମହାନ୍ତି, ଯୁବରାଜ ମହାନ୍ତି, ସୁରଜ ରାଉତ, ଦୀପକ ମହାପାତ୍ର, ରଂଜିତ ସେନାପତି, ସାଗର ପଟ୍ଟନାୟକ, ସେକ୍ ଅମୀର ମହମ୍ମଦ, ନିଆଜୁଲ୍ ଇସ୍‌ଲାମ, ଅଭିଷେକ ଦଳବେହେରା, କାର୍ତିକ କାଣ୍ଡି, ଶିବାନ ମୁଶାରଫ, ଚଂଚଲ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ସୁନିଲ୍ ମାଟିଆ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ବାଣୀବିହାର ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀ ମନୋଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ରଥଯାତ୍ରା ବନ୍ଦ ନିଷ୍ପତି ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ କେଶ୍ କରିଥିବା ନୟାଗଡର ଯୁବନେତା ଅଫତାବ୍ ହୁସେନଙ୍କୁ ଏହି ଅବସରରେ ଡ. ଚେଲାକୁମାର ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking