35.1 C
Bhubaneswar
Tuesday, May 21, 2024
HomeUncategorizedପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶରେ ହେବ ଗେମ୍‌ଚେଞ୍ଜର - ଧର୍ମେନ୍ଦ୍ର ପ୍ରଧାନ

ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶରେ ହେବ ଗେମ୍‌ଚେଞ୍ଜର – ଧର୍ମେନ୍ଦ୍ର ପ୍ରଧାନ

 ଉର୍ଜା ଅଭିବୃଦ୍ଧିର ସବୁଠାରୁ ଲାଭ ପାଇବା ରାଜ୍ୟ ମଧ୍ୟରେ ରହିବ ଓଡିଶା ଓ ପଶ୍ଚିମବଙ୍ଗ
 ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଲେ
 ଆଗାମୀ ଦିନରେ ମୁମ୍ବାଇ ଏବଂ ଚେନ୍ନାଇରେ ପ୍ରତିଷ୍ଠା ହେବ ଏଭଳି ପ୍ଲାଂଟ୍‌
 ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ
 ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଂଟ୍ ପାଇବାରେ ଭାରତକୁ ଆତ୍ମନିର୍ଭର କରିବ
 ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୧୯ – ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଂଟ୍ ପ୍ଲାଂଟ୍ ଲୋକାର୍ପଣ କରିବା ସହ ଏହି ପ୍ଲାଂଟ ପୂର୍ବ
ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‌ଚେଞ୍ଜର ହେବ ଏବଂ ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଂଟ୍ ପାଇବାରେ ଭାରତକୁ
ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି ।
ଏହି ପ୍ଲାଂଟ୍ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ
ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ
ପ୍ରଧାନ । ସେ କହିଛନ୍ତି ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଂଟ୍ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମ ିତ ଲ୍ୟୁବ୍ରିକାଂଟ୍ ।
ଯାହା ଆତ୍ମନିର୍ଭର ଭାରତରେ ବଡ଼ ଉଦାହରଣ । ସର୍ଭୋର ବିସ୍ତୃତ ସରାବରାହ କାରଣରୁ ଏହା ଅଟୋ ମୋବାଇଲ୍‌,
ଶିଳ୍ପ, ସାମୁଦ୍ରିକ ଜାହାଜ, ରେଳବାଇ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ବିଶେଷ ବିଭାଗର ଆବଶ୍ୟକତାକୁ ପୂରଣ କରିଥାଏ ।
ଏହି ଲ୍ୟୁବ୍ରିକାଂଟ୍ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ । ଆଗାମୀ ଦିନରେ ମୁମ୍ବାଇ
ଏବଂ ଚେନ୍ନାଇରେ ଲୁବ୍ରିକାଂଟ ପ୍ଲାଂଟ ପ୍ରତିଷ୍ଠା ହେବ । ଏହାର ଅଭିବୃଦ୍ଧି ଭଲ ରହିଛି । ବିଶ୍ୱରେ ଉର୍ଜା ଅଭିବୃଦ୍ଧିରେ ଭାରତ
ଆଗରେ ରହିଛି । ଉର୍ଜାର ଅଭିବୃଦ୍ଧି କାରଣରୁ ଭାରତର ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତର ପୂର୍ବ ଅଂଚଳର
ବିକାଶ ହେବ । ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶରେ କଳ୍ପନା କରିଛନ୍ତି । ଏ ଦିଗରେ ଏହି ପ୍ଲାଂଟ ବଡ ଭୂମିକା ଗ୍ରହଣ
କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking