ଛାତ୍ରମାନେ ଓଡିଶାର ନୂଆ ଯୁଗର ସାଥୀ: ନବୀନ

ଭୁବନେଶ୍ୱର: ଆଜି ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଓଡିଆ ଜାତି ହେଉଛି ଏକ ମହାନ୍ ଜାତି । ଗଙ୍ଗାରୁ ଗୋଦାବରୀ ଜୟ କରିଥିଲା ଓଡିଆ ଜାତି । ଓଡିଶା ପ୍ରତି ମହାନ୍ ସମ୍ରାଟଙ୍କ ଅବଦାନ ହେଉଛି ଚିରସ୍ମରଣୀୟ । ଉତ୍କଳମଣି ଗୋପବନ୍ଧୁ ଦାସ ଆମ ସ୍ୱାଭିମାନର ପ୍ରତୀକ । ରମାଦେବୀ, ମାଳତୀ ଚୌଧୁରୀଙ୍କ ସେବାର ପଟାନ୍ତର ନାହିଁ ବୋଲି ସେ କହିଛନ୍ତି । ଏମାନଙ୍କ ତ୍ୟାଗ ନାରୀ ଜାତିକୁ ମହିମାମଣ୍ଡିତ କରିଛି ବୋଲି କହିଛନ୍ତି ନବୀନ । ମହାନ୍ ବରପୁତ୍ରମାନେ ଆମର ଶ୍ରେଷ୍ଠ ପରିଚୟ । ଆମ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ୱାନ କରିଛନ୍ତି ନବୀନ । ସୋସିଆଲ ମିଡିଆର ମିଥ୍ୟା ତଥ୍ୟକୁ ନେଇ ସର୍ବଦା ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାଛଡା ସୋସିଆଲ ମିଡିଆର ବ୍ୟବହାର ଠିକ୍ ଢଙ୍ଗରେ କରନ୍ତୁ । ଓଡିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ଶେଷରେ ଯୁବପିଢିଙ୍କୁ ଦେଇଛନ୍ତି ତିନିଟି ଟିପ୍ସ । ପ୍ରଥମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ଦ୍ୱିତୀୟରେ ନିଜ ପରିବାର ଓ ବାପାମାଆଙ୍କ ପ୍ରତି ଥିବା ଦାୟିତ୍ୱ ନଭୁଲିବା ସହ ଯେଉଁଠି ବଢ଼ିଛେ, ତାର ବିକାଶ ପାଇଁ ଦକ୍ଷତାର ଉପଯୋଗ କରନ୍ତୁ ବୋଲି କହିଛନ୍ତି ନବୀନ ।

 

LEAVE A REPLY

Please enter your comment!
Please enter your name here