34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏହି ସ୍କିମରେ ୩୩୦ ଟଙ୍କା ନିବେଶ କରି ଆପଣ ପାଇବେ ୨ ଲକ୍ଷ ଟଙ୍କା, ପଢନ୍ତୁ...

ଏହି ସ୍କିମରେ ୩୩୦ ଟଙ୍କା ନିବେଶ କରି ଆପଣ ପାଇବେ ୨ ଲକ୍ଷ ଟଙ୍କା, ପଢନ୍ତୁ ଏହାର ଫାଇଦା ବିଷୟରେ

ନୂଆଦିଲ୍ଲୀ: ଭାରତରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉଛି ଏକ ଗଭର୍ଣ୍ଣମେଣ୍ଟ ବ୍ୟାକ୍‌ଡ ଲାଇଉ ଇନ୍ୟୁସୁରାନ୍ସ ସ୍କିମ । ୨୦୧୫ ମସିହା ଫେବୃୟାରୀ ମାସରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନ ସମୟରେ ଏହା ଘୋଷଣା କରିଥିଲେ । ପରେ କୋଲକାତାରେ ମେ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲଂଚ କରିଥିଲେ । ତେବେ ବର୍ତମାନ ସମୟରେ ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀଙ୍କର ଏହି ଜୀବନ ଜ୍ୟୋତି ବୀମା ଯୋଜନା ର ଫାଇଦା ଉଠାଇବା ସ୍ୱରୂପ ଏକ ଶସ୍ତା ପ୍ରିମିୟମ୍ ସ୍କିମ ମୋଦି ସରକାର ଲଂଚ କରିଛନ୍ତି । ଯେଉଁଥିରେ ଆପଣ ନିଜ ପ୍ରିୟଜନଙ୍କର ଯତ୍ନ ନେଇପାରିବେ । ଅର୍ତ ମନ୍ତ୍ରାଳୟ ପିଏମଜେବିୱାଇ ବିଷୟରେ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଏହା ହେଉଛି ଏକ ଟର୍ମ ଇନ୍ୟୁସୁରାନ୍ସ ପ୍ଲାନ । ଯଦି ଜଣେ ବ୍ୟକ୍ତି ନିବେଶ କରିବା ପରେ ମୃତ୍ୟୁବରଣ କରୁଛି, ତେବେ ତାର ପରିବାର ଙ୍କୁ ୨ ଲକ୍ଷ ଟଙ୍କା ମିଳିବ । ପିଏମଜେବିୱାଇ ୧ ଜୁନ ୩୧ ମେ ବେସିସରେ ଏହା ଚାଲୁଅଛି । ଏହାର ଫାଇଦା ଉଠାଇବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ନିହାତି ରହିବା ଦରକାର । ଇନସ୍ୟୁରାନ୍ସ କ୍ୟାନସେଲ ହୋଇଯାଏ ଯଦି ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୁଏ କିମ୍ବା ପଇସା ନଥାଏ । ମେ ୨୦୧୫ ମସିହାରେ ମୋଦି ସରକାର ପିଏମଜେବିୱାଇ ସ୍କିମ ଆରମ୍ଭ କରିଥିଲେ । ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଏହା ଆପଣଙ୍କ ଲାଇଫ କଭର କରିବ । ଆଉ ମୃତ୍ୟୁ ପରେ ସେଥିରେ ଯିଏ ନୋମିନି ଥିବେ ସେ ୨ଲକ୍ଷ ଟଙ୍କା ପାଇବେ । ବାର୍ଷିକ ଏଥିରେ ଆପଣଙ୍କୁ ୩୩୦ ଦେବାକୁ ପଡିବ । ଯଦି ଜଣେ ଅଧା ବର୍ଷରେ ଏଥିରେ ନିବେଶ କରୁଛି ତେବେ ତାହା ଡେଟ ଅଫ ଆପ୍ଲିକେସନ ବେସିସରେ ଏନେଇ ନିଷ୍ପତ୍ତି ହେବ । ଜଣେ ବ୍ୟକ୍ତି ଏହା ସହ ଆସୋସିଏଟ ହୋଇପାରିବ ଏକ ଇନସ୍ୟୁରାନ୍ସ କମ୍ପାନୀ ଓ ବ୍ୟାଙ୍କ ଆକାଉଣ୍ଟ ସହ । ଜଣେ ଯଦି ଏହାକୁ ସ୍କିପ କରିବା ପରେ ପୁଣି ଜଏନ କରିବାକୁ ଚାହେଁ ବାର୍ଷିକ ପ୍ରିମିୟମ ଦେଇ ଡିପୋଜିଟ କରିପାରିବ ମଧ୍ୟ । ପିଏମଜେବିୱାଇରେ କ୍ଲେମ କରିବାକୁ ଚାହୁଁଥିଲେ, ନୋମିନ ଯିଏ ଥିବେ, ତାଙ୍କର ସେହି ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଦରକାର । ପରେ ମୃତ ବ୍ୟକ୍ତିଙ୍କର ଡେଥ୍ ସାର୍ଟିଫିକେଟ ମଧ୍ୟ ଦେବାକୁ ପଡିବ । ସମସ୍ତ ପ୍ରୋସେସ ସରିବା ପରେ କ୍ଲେମ ଆମାଉଣ୍ଟ ନୋମିନିଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଯିବ । ୫୫ ବର୍ଷ ହେବା ପରେ ଏହି ଇନସ୍ୟୁରାନ୍ସ ଆପେ ଆପେ ଶେଷ ହୋଇଯିବ । ଏହା ହେଉଛି ସଂପୂର୍ଣ୍ଣ ଭାବରେ ଟର୍ମ ଇନସ୍ୟୁରାନ୍ସ ପଲିସି, ଯାହା କେବଳ ଡେଥ୍ କଭର କରେ । ଏହାର ମାଚ୍ୟୁରିଟି ବେନିଫିଟ, ସରେଣ୍ଟର ଭ୍ୟାଲ୍ୟୁ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking