37.1 C
Bhubaneswar
Sunday, April 28, 2024
Homeଅପରାଧଯୁବକଙ୍କୁ ଏସିଡ୍ ମାଡ଼

ଯୁବକଙ୍କୁ ଏସିଡ୍ ମାଡ଼

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ସିଲନ୍ଦି ଗାଁରେ ଜଣେ ଯୁବକଙ୍କ ଉପରେ ହୋଇଛି ଏସିଡ୍ ମାଡ଼ । ମେଡିଦ୍ନ୍ ଦୋକାନରୁ ମେଡିସିନ୍ ଆଣି ଫେରିବା ବେଳେ ତାଙ୍କ ଉପରେ ଏସିଡ଼୍ ମାଡ଼ ହୋଇଥିବା ଜଣାପଡିଛି । ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଏସିଡ଼୍ ମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ତେବେ ବନ୍ତ ଥାନା ସିଲନ୍ଦୀ ଗ୍ରାମରେ ଗତ କାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗ୍ରାମର ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଗତକାଲି ରାତିରେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ଛେନାପଦୀ ମାର୍କେଟକୁ ଯାଉଥିଲେ ।

କିନ୍ତୁ ବାଟରେ କେତେକ ବ୍ୟକ୍ତି ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇ ହଠାତ୍ ଏସିଡ ମାଡ଼ କରିଥିଲେ । ତେଣୁ ସେ ଜୀବନ ବିକଳରେ ଦୌଡ଼ି ଏକ ସ୍ଥାନରେ ଲୁଚି ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ତେଣୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା ।କିନ୍ତୁ ତାଙ୍କ ଆଖିରେ ଏବଂ ମୁହଁ ଏସିଡ ମାଡ଼ ହୋଇ ଥିବାରୁ ସେ ଗୁରୁତର ଥିଲେ । ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ବିଳମ୍ବିତ ରାତ୍ରିରେ ପଠାଯାଇଛି । ତେବେ ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ପାର୍ଥ ସାରଥୀଙ୍କୁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ବିବାଦକୁ ନେଇ ତାଙ୍କ ନିଜ ମଝିଆ ଭାଇ ଓ ଭାଉଜ ମିଶି ଏସିଡ଼୍ ମାଡ଼ କରିଥିବା ପୀଡ଼ିତ ଯୁବକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking