32.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି

ରାଜ୍ୟରେ ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ କମିଛି । ମାତ୍ର ଏହାକୁ ପ୍ରତିହତ ପାଇଁ ବ୍ୟାପକ ଟିକାକରଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି । ୧କୋଟି ୭୮ ଲକ୍ଷ ପ୍ରଥମ ଡୋଜ୍ ନେଇଥିବା ବେଳେ ୫୮ ଲକ୍ଷ ଦ୍ଵିତୀୟ ଡୋଜ୍ ନେଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେହିପରି ଏଯାଏଁ ୧ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆହୋଇଛି । କିଛି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ଟିକା ପର୍ଯ୍ୟାପ୍ତ ମହଜୁଦ ଅଛି । କୋଭିସିଲଡ଼ ୩୧ ଲକ୍ଷ ୫୯ ହଜାର ୨୬୦ ଓ କୋଭାକ୍ସିନ୍ ୨ ଲକ୍ଷ ୬୫ ହଜାର ୫୨୦ ଅଛି । ପାଖାପାଖି ୩୩ ଲକ୍ଷ ଟିକା ମହଜୁଦ ଅଛି । ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି । କେନ୍ଦ୍ର ସରକାର ଚିଠି ଦେଇଥିଲେ ଡବ୍ଲୁଏଚଓର ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲ୍ଡ ଅଛି। ତେଣୁ ସେମାନେ ସବୁ ଦେଶକୁ ସତର୍କ କରିଥିଲେ। ଏ ଯାଏଁ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ। ଟିକା ନେବାର ଆଗ୍ରହ ଲୋକଙ୍କ ଭିତରେ ଅଛି ହେଲେ ଟିକା କେନ୍ଦ୍ରରେ ଗହଳି ନ କରି ଠିକ୍ ସମୟରେ ଆସନ୍ତୁ। ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ୍ ବ୍ୟବସ୍ଥା ହୋଇଛି । ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ସେହିପରି ଭୁବନେଶ୍ୱରରେ ୧୭ ଲକ୍ଷ ଡୋଜ୍ ଟାର୍ଗେଟ୍ ଥିଲା। ବାହାର ଲୋକ ଏଠାରେ ଆସିବାରୁ ୨୨ ଲକ୍ଷ ଟିକାକରଣ ହୋଇଛି। ଏବେ ବି କିଛି ବାକି ସରିଛି। ହେଲେ ଭୁବନେଶ୍ୱରରେ ଟିକାକରଣ ଟାର୍ଗେଟ ହାସଲ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking