20.1 C
Bhubaneswar
Thursday, January 16, 2025
Homeଓଡିଶା+୨ ପରୀକ୍ଷା : ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼

+୨ ପରୀକ୍ଷା : ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେଉଛି। ଏପଟେ ଏପ୍ରିଲ ୪ରୁ ଆରମ୍ଭ ହୋଇଥିଲା ପ୍ରାକ୍ଟିକାଲ ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାର୍ଡ । କେନ୍ଦ୍ରୀୟ ଜୋନ୍ ସ୍କ୍ବାର୍ଡ଼ରୁ ସର୍ବାଧିକ ୫୮ ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍ ସ୍ବାର୍ଡ଼ରୁ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କାମ୍‌ରେ ୩୦ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।

ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ବାର୍ଡ଼ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଯେଉଁମାନେ ସ୍କ୍ବାର୍ଡ଼ ରହିଛନ୍ତି ସେମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆସନ୍ତା ୨୬ ତାରିଖ ସୁଦ୍ଧା ରିଲିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହ କେନ୍ଦ୍ରୀୟ ଜୋନ୍‌ର ସ୍କ୍ବାର୍ଡ଼ ସିଧାସଳଖ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବଂ ବାକି ୩ଟି ଜୋନ୍‌ର ସଦସ୍ୟମାନେ ନିଜ ନିଜ ଜୋନ୍‌ରେ ୨୭ ତାରିଖ ସୁଦ୍ଧା ରିପୋର୍ଟିଂ କରିବାକୁ କୁହାଯାଇଛି ।

ସେହିପରି ୨୨ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯାଇଛି । ତେବେ ସୂଚନା ଥାଉ କି ଥିଓରୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଚଳିତ ମାସ ଏପ୍ରିଲ ୪ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଥିଲା । ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ୍ସଟରନାଲ ଆସିନଥିବା ବେଳେ ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ କରାଇଥିଲେ । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତ ରହିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫାଲଇନରେ ହେଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking