40.1 C
Bhubaneswar
Thursday, April 25, 2024
Homeଅପରାଧପାରିବାରିକ କଳହ : ଦେଢ ମାସର ଶିଶୁ କନ୍ୟାକୁ ଧରି କୂଅକୁ ଡେଇଁଲା ମା'

ପାରିବାରିକ କଳହ : ଦେଢ ମାସର ଶିଶୁ କନ୍ୟାକୁ ଧରି କୂଅକୁ ଡେଇଁଲା ମା’

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମପୁର ସାହିରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହ ପାଇଁ ମାନସିକ ଭାରସାମ୍ୟ ହରାଇ ଦେଢ ମାସର ଶିଶୁ କନ୍ୟା ସହ କୂଅକୁ ଡେଇଁ ପଡିଲା ମା । ଟାଙ୍ଗୀ ପ୍ରଧାନ ସାହିର ମାନସ ଦାସ ନାମକ ଜଣେ ଯୁବକ ତପସ୍ୱିନୀ ବେହେରା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଦେଢ ମାସ ତଳେ ଜନ୍ମ ହୋଇଥିଲା । ଏହା ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବାରୁ କନ୍ୟାକୁ ଭୁବନେଶ୍ୱର ଏକ ମେଡିକାଲରେ ଆଇସିୟୁରେ ରଖିଥିଲେ । ଗତ କିଛି ଦିନ ତଳେ ମେଡିକାଲରୁ ଡିସଚାର୍ଜ ହେବା ପରେ ଶିଶୁ କନ୍ୟା ସହ ତପସ୍ୱିନି ଟାଙ୍ଗୀ ବଳରାମ ପୁର ସାହିରେ ଥିବା ନିଜ ବାପ ଘରେ ରହି ଆସୁଥିଲେ । ତେବେ ଏ ନେଇ ତପସ୍ୱନୀ ଓ ସ୍ୱାମୀ ମାନସଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ଗତକାଲି ରାତିରେ ସ୍ୱାମୀଙ୍କ ସହ ଝଗଡା ଲାଗିବାରୁ ଆଜି ତପସ୍ୱିନୀ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେଢ ମାସର ଛୁଆକୁ ଧରି ଘର ନିକଟରେ ଥିବା ଏକ ଖୋଲା ଗଭୀର କୂଅକୁ ଡେଇଁ ପଡିଥିଲେ । ହେଲେ ମା’ ମନ କିପରି ବୁଝନ୍ତା ନିଜ ଝିଅର ମୃତ୍ୟୁ ନିଜ ଆଖି ଆଗରେ ହେଉଥିବାରୁ ମା’ ଗଭୀର କୁଅ ମଧ୍ୟ୍ୟରେ ନିଜେ ପଡିଥିଲେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନିଜ ଝିଅକୁ ଟେକି ଧରି କୂଅରୁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଏକ ବାଲ୍ଟି ପକାଇ ଶିଶୁ କନ୍ୟାକୁ କୁଅରୁ ଉଦ୍ଧାର କରିଥିଲେ । ହେଲେ ଗାଁ ଲୋକେ ମା’ କୁ ଉଦ୍ଧାର କରିବାରେ ବିଫଳ ହେବାରୁ ଟାଙ୍ଗୀ ଅଗ୍ନୀଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ଗଭୀର କୂଅରୁ ତପସ୍ୱନୀକୁ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତି କରିଛନ୍ତି । ପରେ ଅଧିକ ଚିକିତ୍ସା ପାଇଁ ମା ଓ ଝିଅଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking