36.1 C
Bhubaneswar
Friday, May 20, 2022
Homeଓଡିଶାମଦ ହେଲା ଶସ୍ତା

ମଦ ହେଲା ଶସ୍ତା

ଭୁବନେଶ୍ୱର: ମଦ ଉପରୁ କମିଲା କୋଭିଡ ଫି’ । ମଦ ଏମଆରପି ସ୍ପେଶାଲ କୋଭିଡ ଫି ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏଣିକି ଏମଆରପି ଉପରେ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଟିକସ ଦେବାକୁ ପଡିବ । ଏଫଏମଏଫଏଲ/ଆଇଏମଏଫଏଲ/ଓାଇନ/ବିଅର/ଆରଟିଡି ବ୍ରାଣ୍ଡ ଉପରେ ୧୫ ପ୍ରତିଶତ ଟିକସ ଲାଗିବ ବୋଲି ସୂଚନା ମିଳିଛି । ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ, ମଦ ଦର କମିବ । ସଂଶୋଧିକ ଏମଆରପି ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ଓଏସବିସି ଡଟ୍ କୋ ଡଟ୍ ଇନ ଓବସାଇଟରେ ଏହା ଉପଲବ୍ଧ ହେବ । ଏବେସୁଦ୍ଧା ସ୍ପେଶାଲ କୋଭିଡ ଫି ଯୋଗୁଁ ୨୦୦ କୋଟିର ରାଜସ୍ୱ ଆଦାୟ ହୋଇଛି । ତେବେ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ମଦ ଉପରେ ୫୦ ପ୍ରତିଶତ କୋଭିଡ ଫି ଲଗାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking