27.1 C
Bhubaneswar
Friday, October 18, 2024
Homeଓଡିଶାବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ୱର : ବିଜେଡି ଆଜି ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରୋହ ଦେଖାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଆଗାମୀ ଦିନରେ ସେ କ’ଣ କରିବେ ସେନେଇ ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ସୋରରେ ବିଜେପି ପକ୍ଷରୁ ରାଜେନ୍ଦ୍ର ଦାସ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଅନ୍ୟପଟରେ ସେ ଯଦି କଂଗ୍ରେସରେ ଯୋଗ ନଦେବେ ତାହେଲେ ସ୍ୱାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି ।

ବିଧାୟକ ଶ୍ରୀ ଧଡ଼ା ଲେଖିଛନ୍ତି ଯେ, ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ବିଗତ ୧୦ ବର୍ଷ ହେଲା ସାଧାରଣ ଜନତାଙ୍କର ସେବା କରିବାର ସୁଯୋଗ ପାଇଛି । ଏହି ସମୟ ମଧ୍ୟରେ ମୁଁ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରିଛି । କିନ୍ତୁ ଦଳରେ ମୋତେ ଅଣଦେଖା କରାଯାଇଛି।

ସୂଚନାଯୋଗ୍ୟ, ବିଜେଡି ଏଥର ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ପର୍ଶୁରାମ ଧଡ଼ା ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ପର୍ଶୁରାମ ଧଡ଼ା ୫୪,୭୭୫ ଖଣ୍ଡ ଭୋଟ୍ ପାଇଥିଲେ । ସେ ବିଜେପି ପ୍ରାର୍ଥୀ ରାକେଶ କୁମାର ମଲ୍ଲିକଙ୍କୁ ୪୯୩୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ୨୦୧୪ ନିର୍ବାଚନରେ ପର୍ଶୁରାମଙ୍କୁ ୫୭,୧୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ସେ କଂଗ୍ରେସର ମୃତ୍ୟୁଞ୍ଜୟ ଜେନାଙ୍କୁ ୪୯୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking