28.1 C
Bhubaneswar
Wednesday, April 24, 2024
Homeଓଡିଶାପୁଲିସ ମାରିଦେଲା ବାପାକୁ ! ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ପୁଅ

ପୁଲିସ ମାରିଦେଲା ବାପାକୁ ! ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେଲେ ପୁଅ

ଭୁବନେଶ୍ୱର : ଘରୁ ବଜାର କହି ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରଦିନ କ୍ଷତବିକ୍ଷତ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଦେବିପାଟଣା ଶ୍ମଶାନ ନିକଟରୁ ଉଦ୍ଧାର କରାଯାଇଥିଲା । ଏପରି ବର୍ବର ଘଟଣା ପୁରୀ ଜିଲ୍ଲା ଅର୍ନ୍ତଗତ କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତର ଶ୍ରୀଚନ୍ଦନପୁର ଗ୍ରାମର ମାଧବାନନ୍ଦ ପାତ୍ର (୫୫)ଙ୍କ ସହ ଘଟିଛି । ଏନେଇ ସୋମବାର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତାଙ୍କ ପୁଅ କୁନା ପାତ୍ର ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କ ବାପାଙ୍କୁ  ପୁଲିସ ପିଟି ପିଟି ମାରିଦେଇଥିବା ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।

ଅଭିଯୋଗ ଅନୁସାରେ, ଗତ ରବିବାର ମୃତକ ମାଧବାନନ୍ଦ ନୟାହାଟ ବଜାର ଯାଇଥିଲେ । ଏହାପରେ ସେ ଆଉ ଘରକୁ ଫେରିନଥିଲେ। ପରେ ତାଙ୍କର ଶବ ଦେବିପାଟଣା ଶଶ୍ମାନ ନିକଟରୁ ମିଳିଥିଲା । ଏହାସହ ତାଙ୍କ ମୁଣ୍ଡ ଏବଂ କାନ ପାଖରେ ଲାଠି ଚିହ୍ନ ରହିଥିଲା । ଘଟଣାସ୍ଥଳରେ ତାଙ୍କ ପୁଅ କୁନା ପହଞ୍ଚି ପୁଲିସକୁ ଖବର ଦେଇଥିଲା । ଖବରପାଇ କଟକ ନିଆଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ କୁନା ଥାନାକୁ ଯାଇ ଦେଖନ୍ତିତ ତାଙ୍କ ବାପାଙ୍କ ଗାଡ଼ି ସେଠାରେ ରହିଛି । ତେଣୁ ତାଙ୍କ ବାପାଙ୍କୁ ପୁଲିସ ମାରିଦେଇ ଫିଙ୍ଗିଦେବା ପରେ ବାଇକ ନେଇଯାଇଥିବା ସେ ସନ୍ଦେହ କରିଥିଲେ । ଏସମ୍ପର୍କରେ ପୁଲିସକୁ ପଚାରିବାରୁ ଜୁଆ ଆଡ୍ଡାରୁ ଏହି ବାଇକ ଜବତ ହୋଇଥିବା କହିଥିଲେ । ପୁଲିସ ନିଜେ ଅପରାଧରେ ଜଡ଼ିତ ଥିବାରୁ କୁନାର ନ୍ୟାୟ ପାଇବା ଆଶା ମଉଳି ଯାଇଥିଲା ।

ଏଥିପାଇଁ ସେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାଧବାନନ୍ଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ପରିବାରର ଆର୍ଥିକ ମେରୁଦଣ୍ଡ  ଭାଙ୍ଗିଯାଇଛି । ତେଣୁ ପରିବାର ଭରଣପୋଷଣ ନିମନ୍ତେ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି । ଏହାସହ ତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବା ସହ ଓ ଦୋଷୀ ପୁଲିସଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ପରିବାର ସଦସ୍ୟ ଅନୁରୋଧ କରିଥିଲେ । ଏହି ମାମଲା ସମ୍ପର୍କରେ ମାନବ ଅଧିକାରକର୍ମୀ ପ୍ରଦୀପ୍ତ ନାୟକ କମିଶନଙ୍କୁ ଏହି ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିଜେ କମିଶନଙ୍କ ଅନୁସନ୍ଧାନ ବିଭାଗ କିମ୍ବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ମାନବାଧିକାର ସେଲ୍ ଦ୍ୱାରା କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking