40.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଓଡ଼ିଶା ଫେରିବ ପସ୍କୋ !

ପୁଣି ଓଡ଼ିଶା ଫେରିବ ପସ୍କୋ !

ଭୁବନେଶ୍ୱର : ପୁଣି ଓଡ଼ିଶା ଫେରିବ ପସ୍କୋ ! ଓଡ଼ିଶାରେ ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାରରେ କରିବ ପ୍ଲାଣ୍ଟ । ରେକର୍ଡ ପରିମାଣର ପୁଞ୍ଜିରେ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ମନ କରିଛି ପସ୍କୋ । ଗତକାଲି ଓଡ଼ିଶା-ଦକ୍ଷୀଣ କୋରିଆ ମଧ୍ୟରେ ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ଏହି ସୂଚନା ଦିଆଯାଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବୋଙ୍ଗଜିଲ୍ ଏହି ସୂଚନା ଦେଇଛନ୍ତି ବୋଲି କୁହାଯାଉଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଦକ୍ଷିଣ କୋରିଆର ଷ୍ଟିଲ୍ କମ୍ପାନୀ ପସ୍କୋ ପୁଣି ଓଡ଼ିଶା ଫେରୁଥିବା ସୂଚନା ମିଳିଛି ।

ଏପରି ଭାରତ ଇତିହାସରେ ଏହା ଅନ୍ୟତମ ଏକକ ପ୍ରତ୍ୟେକ୍ଷ ବୃହତ ବିଦେଶୀ ପୁଞ୍ଜୀନିବେଶ ହେବ ବୋଲି କୁହାଯାଉଛି । ଏହି ବୈଠକରେ ରାଜ୍ୟ ଶକ୍ତି, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସହ ଶିଳ୍ପ ବିଭାଗର ସଚିବ ନୀତିନ୍ ଭାନୁଦାସ ଯୋଗ ଦେଇଥିଲେ । ବାରମ୍ବାର ଆନ୍ଦୋଳନ ଓ ଜଗତସିଂହପୁରରେ ୫୨ ହଜାର କୋଟି ବ୍ୟୟରେ ପ୍ରସ୍ତାପିତ ଇସ୍ପାତ ପ୍ରକଳ୍ପରୁ ଓହରି ଯାଇଥିଲା । ଏହି ପ୍ରକଳ୍ପ ପାଇଁ ୨୦୦୫ରେ ପସ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା କିନ୍ତୁ ସ୍ଥାନୀୟ ବାସୀନ୍ଦାଙ୍କ ଘୋର୍ ବିରୋଧ ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଏବଂ ରାଜ୍ୟ ସରକାରଙ୍କ ନବୀକରଣ ହୋଇ ନପାରି ପରବର୍ତ୍ତି ସମୟରେ କମ୍ପାନୀ ଏହି ମେଗା ପ୍ରକଳ୍ପରୁ ଓହରି ଯିବା ସହ ଓଡ଼ିଶା ଛାଡ଼ିଥିବା କୁହାଯାଇଥିଲା ।

ରାଜ୍ୟ ସରକାର ମଧ୍ୟ ପସ୍କୋ ପାଇଁ ହୋଇଥିବା ପ୍ରକଳ୍ପ ଅଧିକୃତ ଜମିକୁ ନିଜ ପାଖକୁ ଫେରାଇ ଆଣିଥିଲେ । ହେଲେ ଏବେ ରାଜ୍ୟରେ ପୁଣି ପସ୍କୋ ପାଖାପାଖି ୯୦ହଜାର କୋଟି ଟଙ୍କାର ରେକର୍ଡ ପୁଞ୍ଜିନିବେଶ ପାଇଁ ମନବଳାଇବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking