37.2 C
Bhubaneswar
Friday, April 19, 2024
Homeଓଡିଶାକୋର୍ଟ ପାଇଁ ଗାଇଡଲାଇନ

କୋର୍ଟ ପାଇଁ ଗାଇଡଲାଇନ

ଭୁବନେଶ୍ୱର : କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଟ ପରିଚାଳନା ପାଇଁ ମଧ୍ୟ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋରନା ପରିସ୍ଥିତିରେ ମାମଲା ଗୁଡିକର ଶୁଣାଣୀ ଯାଥା ସମ୍ଭବ ଭର୍ଚ୍ଚୁଆଲ ମୋର୍ଡରେ କରାଯିବ । ଏହାଛଡା ଯଦି କୋର୍ଟ ରୁମରେ ଶୁଣାଣୀ ଆବଶ୍ୟକ ପଡେ ଏଥିପାଇଁ ସତର୍କତା ଅବଲମ୍ବନ କରାଯିବ ।

ଏଥିପାଇଁ କୋର୍ଟରୁମରେ ସାମାଜିକ ଦୂରତା ପାଳନ କରି କୋରନା କଟକଣାକୁ ମାନିବାକୁ ହେବ ବୋଲି କୁହାଯାଇଛି । କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍‌ଡ଼ କରାଯିବ । ଏହି ସବୁ କାମ ସମାପନ ପାଇଁ ଜଣେ ନୋଡାଲ ଅଫିସରଙ୍କୁୁ ନିଯୁକ୍ତ କରାଯିବ । ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟ ଆସିବାକୁ ବାରଣ କରାଯିବ । ସେହିପରି କୋର୍ଟର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଯଥାସମ୍ଭବ କମ କରାଯିବ । କୋର୍ଟରେ ଭିଡ କମାଇବା ଲାଗି ମାମଲାର ତାରିଖ ଅନୂରୁପ ପ୍ରସ୍ତୁତ କରାଯିବ । କୋର୍ଟରୁମ ଭିତରେ ଓକିଲ ମାନଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବାକୁ ହୋବ ।

କୋରନା ସ୍ଥିତିରେ କୋର୍ଟରେ ମାମଲା ପରିଚାଳନା କିପରି ହେବ ସେଥିନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚ୍ଚିବ ପ୍ରଦିପ୍ତ କୁମାର ମହାପାତ୍ର ଉଚ୍ଚ୍ ନ୍ୟାୟାଳୟର ମୁଖ୍ୟ ବିଚାରପତି , ଜିଲ୍ଲା ଜଜ୍‌, ଆଡଭୋକେଟ ଜେନେରାଲ ଓ ବରିଷ୍ଠ ଆଇନଜିବୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ଆଲୋଚନା ପରେ କୋର୍ଟ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking