ଭୁବନେଶ୍ୱର: ରେଢାଖୋଲ ସଭାମଞ୍ଚରେ ନବୀନ ବାବୁଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନବୀନଙ୍କ ଆରୋପ ନେଇ ମତ ରଖି କହିଛନ୍ତି, ନବୀନ ବାବୁ ମୋତେ କହୁଛନ୍ତି ଏଇଟା ବଦମାସ ଲୋକ । ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମରେ ଲଗାଇ ଦେଇଛନ୍ତି । ଛୋଟିଆ ପିଲା ମୋତେ ବିରୋଧ କରି ନେତା ହେବେ, ହୁଅନ୍ତୁ । କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ, ମୁଁ ହଳିଆ, ଗୋ ବ୍ୟାକ କହିଲେ ବି ଆସିବି । ନବୀନ ବାବୁ କହୁଛନ୍ତି, ଏଟା ଓଡିଶାର କୁଳାଙ୍ଗାର , ପଳାଉ । ଜୀବନ ଥିବା ଯାଏଁ ଓଡିଶାର ଭଲ କାମ କରେ ବା ନକରେ ସମ୍ମାନ ହାନି କରିବିନି । ପ୍ରସନ୍ନ ବାବୁ ସ୍ୱାଗତ କରାଯିବ କହିବାରୁ ମୁଁ ତାଙ୍କ ଅନୁମତି ନେଇ ଆସିଲି ।










