ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କଲେ ପୂର୍ବତନ ବିଧାୟକ ରୋହିତ ପୂଜାରୀ । କହିଛନ୍ତି, ପୂରା ଦେଶ ଜାଣିଛି ତାଙ୍କ ପାଇଁ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ କେହି ବଦନାମ କରିନାହାନ୍ତି । ସେ ନିଜକୁ ନିଜେ ବଦନାମ କରିଛନ୍ତି । ପୋଲିସ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି । ଏଥିପାଇଁ ନିଜେ ବଦନାମ ହେଉଛନ୍ତି, ନବୀନ ବାବୁ କାହିଁ ବଦନାମ କରିବେ । ସୂଚନାଥାଉକି, ରେଢାଖୋଲ ସଭାମଞ୍ଚରେ ନବୀନ ବାବୁଙ୍କୁ କଟାକ୍ଷ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନବୀନଙ୍କ ଆରୋପ ନେଇ ମତ ରଖି କହିଥିଲେ, ନବୀନ ବାବୁ ମୋତେ କହୁଛନ୍ତି ଏଇଟା ବଦମାସ ଲୋକ । ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମରେ ଲଗାଇ ଦେଇଛନ୍ତି । କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ, ମୁଁ ହଳିଆ, ଗୋ ବ୍ୟାକ କହିଲେ ବି ଆସିବି ।









