ଭୁବନେଶ୍ୱର: ମୋବାଇଲରେ ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୁଲିସ ପହଞ୍ଚି ବଞ୍ଚାଇଲା ଜୀବନ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲରେ ପଶି ଯୁବକଙ୍କୁ ଉଦ୍ଧାର କଲା ଧଉଳି ଥାନା ପୁଲିସ । ମୋବାଇଲରେ ଲାଇଭ କରୁଥିବା ବେଳେ ଯୁବକଙ୍କ ନେଟୱାର୍କକୁ ଟ୍ରାକ କରି ଧଉଳି ଥାନା ପୋଲିସର ତ୍ବରିତ ପଦକ୍ଷେପ । ମାନସିକ ଚାପ ପାଇଁ ଜୀବନ ହାରିଥିବା ନେଇ ପୋଲିସର ସୂଚନା । ଯୁବକ ଜଣକ ନିଜ ଫୋନ ସୁଇଚଅଫ କରି ହୋଟେଲରେ ଲୁଚିଥିଲେ । ଏହି ସମୟରେ ପୁଲିସ ଧରିଥିଲା ।










