28.1 C
Bhubaneswar
Friday, March 29, 2024
Homeଓଡିଶାଅନଲାଇନରେ ସୋଆ ଜାଗୋର ୧୪ତମ ପ୍ରତିଷ୍ଠା ଦିବସ ପାଳନ

ଅନଲାଇନରେ ସୋଆ ଜାଗୋର ୧୪ତମ ପ୍ରତିଷ୍ଠା ଦିବସ ପାଳନ

  1. ଅନଲାଇନରେ ସୋଆ ଜାଗୋର ୧୪ତମ ପ୍ରତିଷ୍ଠା ଦିବସ ପାଳ

    ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମଡ ଟୁ ବି ୟୁନିଭର୍ସିଟି)ର ସାମାଜିକ ଶାଖା \”ଜାଗୋ\’ର୧୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଏବଂ ଏହାପରେ କିଭଳି ଭାବରେ ବିଭିନ୍ନ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବଂଚିତ ହୋଇଥିବା ପିଲା ଏବଂ ତାଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗ କରାଯାଇ ପାରିବ  ତାହାହିଁ ଏହି ପ୍ରତିଷ୍ଠା ଦିବସର ମୁଖ୍ୟ ପ୍ରସଙ୍ଗ ଥିଲା ।
    ଏହି ଅନଲାଇନ କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାଗୋର ସଦସ୍ୟ ମାନଙ୍କୁ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ସୁଖ ସୁବିଧାରୁ ବଂଚିତ ହେଉଥିବା ପିଲାମାନଙ୍କୁ ସାହାଯ୍ୟ କରିବା ହିଁ \”ଜାଗୋ\’ର ମୁଖ୍ୟ ଉଦ୍ଦେଶ୍ୟ । କରୋନା ମହାମାରୀ ସମୟରେ ଏହି ପିଲାମାନେ ସ୍ୱତନ୍ତ୍ର ଯତ୍ନ ପାଇବା ଜରୁରୀ ଏବଂ ରୋଗ ସଂପର୍କରେ ସେମାନେ ସଚେତନ ହେବା ମଧ୍ୟ ଆବଶ୍ୟକ । ତେଣୁ ସେମାନେ କିଭଳି ସୁରକ୍ଷିତ ରହିବେ, ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇବେ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେ ଦିଗରେ \”ଜାଗୋ\’ ସଦସ୍ୟ ମାନେ ଧ୍ୟାନ ଦେବା ଉଚିତ ବୋଲି ଶ୍ରୀମତୀ ଦାସ କହିଥିଲେ । କରୋନା ମହାମାରୀ ସମୟରେ ଆମେ ଏହି ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖିପାରିବା ସେ ଦାୟିତ୍ୱ ଆମ କାନ୍ଧ ଉପରେ ରହିଛି ବୋଲି ସେ କହିଥିଲେ ।
    ଅନଲାଇନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୋଆର ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ କହିଥିଲେ ଯେ ଜାଗୋର ସଦସ୍ୟମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ଗୁଣ ଭରି ରହିଛି । ବିଶେଷ କରି ସେମାନେ ଯେଉଁଭଳି ଭାବରେ ନିକଟତମ ବସ୍ତିଗୁଡିକର ପିଲାମାନଙ୍କୁ ଏକାଠି କରି ଶିକ୍ଷା ପ୍ରଦାନ ଏବଂ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି ତାହା ଖୁବ୍ ପ୍ରଶଂସନୀୟ ବୋଲି ଡ. ଦାସ କହିଥିଲେ ।
    ୨୦୦୭ ଅକ୍ଟୋବର ୧୧ ତାରିଖରେ ଏକ ମହତ ଉଦ୍ଦେଶ୍ୟ ନେଇ ଜାଗୋର ପ୍ରତିଷ୍ଠା କରାଯାଇଥିବାବେଳେ ସେ କାର୍ଯ୍ୟ ଖୁବ୍ ଭଲ ଭାବରେ ଗତ ୧୩ ବର୍ଷ ମଧ୍ୟରେ ସଂପାଦିତ ହୋଇ ପାରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ସାରା ଦେଶରେ କରୋନା ମହାମାରୀର କାୟା ବିସ୍ତାର ହୋଇଥିବାବେଳେ ଏହି ଘଡ଼ିସନ୍ଧି ମୁହୂର୍ତରେ ବଂଚିତ ପରିବାର ଗୁଡିକୁ ସାହାଯ୍ୟ, ସହଯୋଗ ଓ ସଚେତନ କରାଇବାର ଲକ୍ଷ୍ୟ ନେଇ ଆଗେଇ ଆସିଥିଲେ ଜାଗୋ ସଦସ୍ୟ । ବିଭିନ୍ନ ବସ୍ତି ଗୁଡିକରେ ଆବଶ୍ୟକୀୟ ସାମଗ୍ରୀ  ବଂଟନ କରାଯାଇଥିବା ବେଳେ ଅନଲାଇନ ମାଧ୍ୟମରେ ବିଭିନ୍ନ ବସ୍ତିକୁ ଯାଇ ସଦସ୍ୟମାନେ ସଚେତନତା ସୃଷ୍ଟି କରାଇବା ସହ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ।
    ଆଗାମୀ ଦିନରେ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଚିକିତ୍ସା ସମ୍ବନ୍ଧୀୟ ଓ ମାନସିକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରତିଷ୍ଠା ଦିବସରେ ନିଷ୍ପତି ନିଆଯାଇଛି ।
    କାର୍ଯ୍ୟକ୍ରମ ଶେଷରେ ଜାଗୋର ସଂଯୋଜିକା ପ୍ରଫେସର ଅନିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଶାନ୍ତିଲତା ଚମ୍ପତି, ଡ. ସ୍ୱୟଂପ୍ରଭା ଶତପଥି, ଡ. ଦେବବ୍ରତ ସିଂ ଓ ଶ୍ରୀମତି ମୋନାଲିସା ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଜାଗୋର ସଦସ୍ୟ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନଲାଇନରେ ସାଂସ୍କୃତିକ କାର୍ଯ୍ରକ୍ରମ ପରିବେଷଣ କରାଯାଇଥିଲା ।
    ଏହି ଅନଲାଇନ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ଜାଗୋ ସଦସ୍ୟ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking