ଟି-୨୦ ଚ୍ୟାଲେଞ୍ଜରେ ଓଡିଆ ଝିଅ ସୁଶ୍ରୀ

sushree selected for t-20

ଭୁବନେଶ୍ୱର: ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ୩ଟି ଦଳ ଘୋଷିତ ହୋଇଛି । ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ନଭେମ୍ବର ୪ରୁ ୯ ଯାଏ ୟୁଏଇରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଏନେି ବିସିସିଆଇକୁ କୃତଜ୍ଞତା ଓ ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓସିଏ । ତେବେ ଢେଙ୍କାନାଳର ସୁଶ୍ରୀ ଭାରତ-ଏ, ଇଷ୍ଟ ଜୋନ୍, ଭାରତ ବ୍ଲୁରେ ଖେଳିଛନ୍ତି । ମିତାଲି ରାଜଙ୍କ ନେତୃତ୍ୱରେ ଗଠିତ ‘ଭେଲୋସିଟି’ରେ ସୁଶ୍ରୀ ଖେଳିବେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଗଠିତ ହୋଇଛି ‘ସୁପରନୋଭାସ୍’ ଟିମ୍ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ରବିବାର ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ତିନି ଟିମର ଘୋଷଣା କରିଛି। ଏହି ତିନି ଟିମର ନେତୃତ୍ୱ ନେବେ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ୍। ଏଥର ମହିଳା ଟି-୨୦ ଚ୍ୟାଲେଞ୍ଜ୍ ୟୁଏଇରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌର ସୁପରନୋଭା ନେତୃତ୍ୱ ନେବେ। ସେହିପରି ମିତାଲୀ ଓ ମନ୍ଧାନା ଯଥାକ୍ରମେ ଭେଲୋସିଟି ଓ ଟ୍ରାଏଲବ୍ଲେଜର୍ସ ଟିମର କ୍ୟାପଟେନ୍ ହେବେ। ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତଙ୍କର ସୁପରନୋଭା ଟିମ୍ ମିତାଲୀ ରାଜଙ୍କ ଭେଲୋସିଟିକୁ ଫାଇନାଲରେ ୪ ୱିକେଟରେ ହରାଇ ଟାଇଟଲ୍ ଜିତିଥିଲା। ତିନୋଟି ଯାକ ଟିମରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ବିଦେଶୀ ତାରକା ମଧ୍ୟ ସ୍ଥାନ ପାଇଛନ୍ତି। ବିସିସିଆଇ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ମ୍ୟାଚ୍ ସୁପରନୋଭା ଓ ଭେଲୋସିଟି ଅର୍ଥାତ୍ ହରମନପ୍ରୀତ କୌର୍ ଓ ମିତାଲୀ ରାଜଙ୍କ ଟିମ୍ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ କରୋନାଭାଇରସ୍ ପରେ ଭାରତୀୟ ମହିଳା କ୍ରିକେଟର୍ ମଇଦାନକୁ ଫେରିବେ। ଏହି ମହାମାରୀ ବ୍ୟାପିବା ପରଠାରୁ ଭାରତୀୟ ମହିଳା କ୍ରିକେଟର୍ କୌଣସି ମ୍ୟାଚ୍ ଖେଳିନାହାନ୍ତି।

LEAVE A REPLY

Please enter your comment!
Please enter your name here