36.1 C
Bhubaneswar
Thursday, May 2, 2024
Homeଓଡିଶାସ୍ମାର୍ଟ ସିଟି ଭୁବନେଶ୍ୱରକୁ ପୁଣି ଜାତୀୟ ସ୍ତରୀୟ ପୁରସ୍କାର

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ପୁଣି ଜାତୀୟ ସ୍ତରୀୟ ପୁରସ୍କାର

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣି ହାତେଇଲା ଜାତୀୟ ସ୍ତରୀୟ ଆୱାର୍ଡ଼ । କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ଓ ଏଥିପାଇଁ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ୧୦୦ଟି ସ୍ମାର୍ଟ ସିଟି ସହିତ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ ।

ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସ୍ମାର୍ଟ ସିଟି (Smart City) ପକ୍ଷରୁ ସାଇକ୍ଲୋଥନ ପୂର୍ବରୁ ହୋଇଥିଲା । ଛୋଟ ପିଲାଙ୍କୁ ସାଇକେଲ ଶିଖାଇବା ସହ ସାଇକେଲ ଚାଳକଙ୍କୁ ସମ୍ମାନ ଦେବା ଲାଗି ଗିଫ୍ଟ ଏ ସାଇକେଲ ଭଳି ସାଇକେଲ ଉପହାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking