29.1 C
Bhubaneswar
Friday, May 17, 2024
Homeଓଡିଶା୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଶୁଭିଲାଣି ମରୁଡ଼ିର ପଦଧ୍ବନି । ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଠାରୁ ୨୨ ପ୍ରତିଶତ କମ ବର୍ଷା ହୋଇଛି । ୩ ଜିଲ୍ଲା ସର୍ବାଧିକ ପ୍ରଭାବିତ। ଏପଟେ କୃଷି ବୈଜ୍ଞାନିକ କହିଲେଣି ୮ରୁ ୧୦ ଦିନ ଭିତରେ ଭଲ ବର୍ଷା ନହେଲେ ,ଅବସ୍ଥା ଅସମ୍ଭାଳ ହେବ । ବର୍ଷା ହେଉଛି । ହୀରକୁଦ ଡ୍ୟାମ ଫୁଲ । ୧୪ଟା ଗେଟ ଖୋଲାଯାଇ ବନ୍ୟାଜଳ ଛଡାଯାଉଛି । ହେଲେ ଚାଷକୁ ଅଣ୍ଟୁନି ପାଣି।  କାରଣ ଜୁନ ୧ରୁ ଜୁଲାଇ ୨୮ ତାରିଖ ସୁଦ୍ଧା ୫୨୬.୬ ମିଲିମିଟର ବର୍ଷା ହେବା କଥା ହେଲେ ବର୍ତ୍ତମାନ ସୁଦ୍ଧା ୪୧୩.୨ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ବଭାବିକ ବର୍ଷା ଠାରୁ ୨୨ ପ୍ରତିଶତ କମ। ଚଳିତ ବର୍ଷ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ଯାଜପୁର, ସମ୍ବଲପୁର, ଝାରସୁଗୁଡା, ଏବଂ ଅନୁଗୁଳ ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି । ବିଶେଷକରି ଯାଜପୁର, ଭଦ୍ରକ ଏବଂ ବାଲାଙ୍ଗିର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଯାଜପୁରରେ ୪୮ପ୍ରତିଶତ, ଭଦ୍ରକରେ ୪୪ ପ୍ରତିଶତ, ବଲାଙ୍ଗିରରେ ୪୧ ପ୍ରତିଶତ କମ ବର୍ଷା ହୋଇଛି । ଏପଟେ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ୍ବେଲ ମାର୍କ ଲୋପ୍ରେସରରେ ପରିଣତ ହେଲାଣି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଏବଂ ବିହାର ଦେଇ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking