28.1 C
Bhubaneswar
Thursday, May 2, 2024
Homeଓଡିଶାକାଲି ସଂଧ୍ୟା ରେ ନୀରବ ପ୍ରାର୍ଥନା: ନିବେଦନ କଲେ ମୁଖ୍ୟମନ୍ତ୍ରୀ

କାଲି ସଂଧ୍ୟା ରେ ନୀରବ ପ୍ରାର୍ଥନା: ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୫ମାସ ଧରି କରୋନା ବିରୁଦ୍ଧରେ ଲଢ଼େଇଜାରି ରହିଛି । କରୋନରେ ଲଢ଼େଇରେ ଯେଉଁ ଯୋଦ୍ଧାମାନେ ସାମିଲ ରହିଛିନ୍ତି ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅନୁରୋଧ କରିଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୋ ପ୍ରାର୍ଥନା ହେବ । ସନ୍ଧ୍ୟାରେ ୧ମିନିଟର ନିରବ ପ୍ରାର୍ଥନା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଘରେ ବା ଯିଏଁ ଯେଉଁଠାରେ ଥିଲେ ସେହିଠାରେ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶପଥ ପାଠ କରାଯିବ । ଟିଭି ଓ ସୋସିଆଲ ମିଡ଼ିଆ ଜରିଆରେ ଏହି ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking