27.8 C
Bhubaneswar
Friday, April 19, 2024
Homeଓଡିଶାକୋରେଇ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମଙ୍ଗ ଧରିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

କୋରେଇ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମଙ୍ଗ ଧରିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର : କୋରେଇ ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ତ୍ଵରାନୀତ କରିବା ପାଇଁ ଯାଜପୁର ବିଧାୟକ ତଥା ବିଜେଡ଼ିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି), ମଙ୍ଗ ଧରିଲେ। ଆଜି କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସ ନଗର (ଯାଜପୁର ରୋଡ) ପରିଦର୍ଶନରେ ଆସି ବ୍ୟାସ ନଗର ପୌର ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ବ୍ୟାସଦେବ ଟାଉନହଲ୍ଲର ନୂତନ ବିଲ୍ଡିଂ ନିର୍ମାଣ ପୂରଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠର ଉନ୍ନତି ଓ ଏହାର ବିକାଶ ଓ ବ୍ୟାସ ସରୋବର ମହୋସ୍ତବ ପଡିଆ ସହ ନୂତନ କଲ୍ୟାଣମଣ୍ଡପ ନବୀକରଣ ଦିଗରେ ସରକାରଙ୍କ ଠାରୁ ଅର୍ଥ ରାଶି ଆଣି ଏହି କାର୍ଯ୍ୟକୁ ତୁରନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗେ,  IMFA କମ୍ଫାନୀ ଅନୁଦାନରେ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବ୍ୟାସନଗର ପୌର ପରିଷଦର ବିକାଶ ପାଇଁ ବ୍ଲୂ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଏଇ ସହରକୁ ବିକଶିତ କରାଯିବ ଓ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ସହରର ଉନ୍ନତି ପାଇଁ ଆସିଥିବା ଅନୁଦାନକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଯାଜପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ , କୋରେଇ ବିଧାୟକ ଅଶୋକ କୁମାର ବଳ , କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର , ଓ ସୁବେନ୍ଦୁ ଜେନା ନିର୍ବାହୀ ଅଧିକାରୀ ପ୍ରମୁଖ ଓ ପ୍ରଶାସନ ଅଧିକାରୀ ଉପସ୍ଥିତ ହୋଇ ଆଲୋଚନା କରିଥିଲେ । ଯାଜପୁର ବିଧାୟକ ବବି ବାବୁଙ୍କ ଗସ୍ତକୁ ନେଇ ସମଗ୍ର କୋରେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଇଛଇ ସୃଷ୍ଟି କରିଛି ।କୋରେଇର ବିକାଶ ପାଇଁ ବବି ବାବୁ ମଙ୍ଗ ଧରିଥିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହଡି ଖେଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking