38.1 C
Bhubaneswar
Friday, April 26, 2024
Homeଓଡିଶାସୁନ୍ଦରଗଡ଼ରୁ ତୃତୀୟ ଲହରର ସଙ୍କେତ !

ସୁନ୍ଦରଗଡ଼ରୁ ତୃତୀୟ ଲହରର ସଙ୍କେତ !

ଭୁବନେଶ୍ବର : ରାଜ୍ୟରେ କରୋନାର ‘ଆର୍‌’ (ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା) ଭ୍ୟାଲୁକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ୧ ଟପିଯାଇଛି। ଗତ ୪ତାରିଖରୁ ୧୫ତାରିଖ ଭିତରେ ‘ଆର୍‌’ ଭ୍ୟାଲୁ ୧.୧୩ ରହିଛି। ଜୁନ୍‌ ୩୦ ତାରିଖରୁ ଜୁଲାଇ ୪ତାରିଖ ଭିତରେ ଏହା ୦.୮୨ ରହିଥିଲା ବୋଲି ସୂଚନା ଦେଇଛନ୍ତି ଚେନ୍ନାଇସ୍ଥିତ ଇଣ୍ଡିଆନ ମାଥମେଟିକାଲ ସାଇନ୍ସର ପ୍ରଫେସର ସୀତାଭ୍ର ସିହ୍ନା। ସାଧାରଣ ଭାବେ ‘ଆର୍‌’ ଭ୍ୟାଲୁ ଯଦି ୧ ଉପରେ ରହିଥାଏ; ତାହାଲେ ସେଠାରେ ସଂକ୍ରମଣ ବଢ଼ିବାର ଆଭାସ ମିଳିଥାଏ। ତେଣୁ ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ରେ ଏହା ୧ ଉପରେ ରହିବା ରାଜ୍ୟରେ କରୋନାର ତୃତୀୟ ଲହରର ସଂକେତ ଦେଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ଭିତରେ ସୁନ୍ଦରଗଡ଼ରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ପ୍ରଫେସର ସିହ୍ନାଙ୍କ ମତରେ, ସୁନ୍ଦରଗଡ଼ରେ ପୁଣିଥିରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି।

ଯାହାକି ଚିନ୍ତାଜନକ। ଏହାସହ ଖୋର୍ଧା ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ୧ ପାଖାପାଖି ରହିଛି। ପୁରୀରେ ୦.୮୧, କଟକ ୦.୭୮, ବାଲେଶ୍ବର ୦.୮୧ ରହିଛି। ଓଡ଼ିଶାର ‘ଆର୍‌’ ଭ୍ୟାଲୁ ଚଳିତମାସ ୬-୧୫ତାରିଖ ଭିତରେ ୦.୮୬ ଥିବା ବେଳେ ଜୁନ୍ ୨୨-ଜୁଲାଇ ୫ରେ ୦.୯୪ ଓ ଜୁନ୍‌ ୮-୨୧ ଭିତରେ ୦.୭୪ ଦେଖିବାକୁ ମିଳିଥିବା ସେ କହିଛନ୍ତି। ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ପ୍ଲାଟ୍ୟୁ ପର୍ଯ୍ୟାୟରେ ରହିଛି। ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ତାଲିକା ଭିତରେ ଓଡ଼ିଶା ରହିଛି। ସୁନ୍ଦରଗଡ଼ରେ ‘ଆର୍‌’ ଭ୍ୟାଲୁ ୧ ଉପରେ ରହିବା ଅର୍ଥ ସେଠାରେ ସଂକ୍ରମଣ ପୁଣିଥରେ ବଢ଼ିବାକୁ ଆରମ୍ଭ କରିଛି। ଏ ଦୃଷ୍ଟିରୁ ରାଜ୍ୟରେ ଦ୍ବିତୀୟ ଲହର ଲମ୍ବି ରହିବା ହୁଏତ ତୃତୀୟ ଲହରର ଆଭାସ ଦେଉଛି ବୋଲି ଡ.ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking