କେନ୍ଦ୍ରାପଡା : ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରରେ ୨ ଭାଇଭଉଣୀ ଜୀବନ୍ତ ଧଗ୍ଧ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ । ୧୧ ବର୍ଷୀୟା ଭଉଣୀ ସହ ୯ ବର୍ଷୀୟ ଭଆଇର ମଧ୍ୟ ମୃତ୍ୟୁ ହୋଇଛି । ଗ୍ୟାସ ସିଲିଣ୍ଡ ଫାଟି ଘରେ ନଆଁ ଲାଗିଥିବା ସୂଚନା ମିଳିଛି । ସ୍କୁଲରୁ ସ୍ୱାଧିନତା ଦିବସ ପାଳନ କରି ଘରକୁ ଫେରିବା ପରେ ଘର ଭିତରେ ୨ ଭଇଭଉଣୀ ଥିଲେ ଓ ମା’ ବାହାରେ ଥିଲେ । ହଠାତ୍ ଗ୍ୟାସ୍ ସିଲିଣ୍ଡ ଫାଟିବାରୁ ଘର ସମ୍ପୂର୍ଣ୍ଣ ଜଳି ଜାଇଥିଲା । ନିଆଁ ଏତେ ଜୋର୍ରେ ଲାଗିଥିବାରୁ ତାଙ୍କୁ ବାହାରକୁ ଆଣିହୋଇ ନଥିଲା । ପରେ ଅଗ୍ନିଶମ ବାହୀନି ଆସି ନିଆଁକୁ ଆୟତ୍ତକୁ ଆଣିଥିଲେ । ହେଲେ ସେତେବେଳକୁ ଉଭୟ ଭାଇ ଓ ଭଉଣୀଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକ ଅନୁପମା ସାହାମୀ ଏ ରିଷି ସାହାଣୀ ।










