32.1 C
Bhubaneswar
Thursday, March 28, 2024
Homeଅପରାଧଦାଦାବଟି ପାଇଁ ଗୁଳିମାଡ଼

ଦାଦାବଟି ପାଇଁ ଗୁଳିମାଡ଼

ପୁରୀ: ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ ଖାଇଲା ସ୍ତ୍ରୀ । ତେବେ ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ହେଲେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁ । ସୂଚନା ଅନୁଯାୟୀ ଦାଦାବଟିକୁ ନେଇ ଏଭଳି ସାଂଘାତିକ ଘଟଣା ଘଟିଛି ।
ଦାଦାବଟି ନେଇ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କର କିଛି ଦୁର୍ବୃତ୍ତଙ୍କ ସହ ପୂର୍ବରୁ ଝଗଡା ହୋଇଥିଲା । ତାଙ୍କୁ ଦୁର୍ବୃତ୍ତମାନେ ଧମକଚମକ ଦେଇଥିଲେ । ତେବେ ଗତକାଲି ରାତି ପ୍ରାୟ ୧୨ଟାରେ କିଛି ଦୁର୍ବୃତ୍ତ ଜିତେନ୍ଦ୍ରଙ୍କ ଘର କବାଟ ବାଡେଇ ଦାଦାବଟି ମାଗିଥିଲେ । କିନ୍ତୁ ଜିତେନ୍ଦ୍ର କବାଟ ଖୋଲିନଥିଲେ । ପରେ ତାଙ୍କ ଘରର ଗ୍ରିଲ ପଟେ ଜିତେନ୍ଦ୍ରଙ୍କୁ ଲକ୍ଷ କରି ଗୁଳି କରିଥିଲେ । ମାତ୍ର ଶକୁନ୍ତଳା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଗୁଳିମାଡ ଖାଇଥିଲେ ।

ଗୁରୁତର ଆବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ୨ଟି ଟିମ ଗଠିତ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking