36.1 C
Bhubaneswar
Saturday, May 4, 2024
Homeଅପରାଧରାଞ୍ଚିରେ ପୁଣି ଲଜ୍ଜା : ଘରେ ଛାଡିଦେବାକୁ ନେଇ ୨ ଯୁବତୀଙ୍କୁ ଗଣଦୁଷ୍କର୍ମ

ରାଞ୍ଚିରେ ପୁଣି ଲଜ୍ଜା : ଘରେ ଛାଡିଦେବାକୁ ନେଇ ୨ ଯୁବତୀଙ୍କୁ ଗଣଦୁଷ୍କର୍ମ

ରାଞ୍ଚି: ଝାଡଖଣ୍ଡର ରାଞ୍ଚିରେ ଘଟିଛି ଲଜ୍ଜାଜନକ ଘଟଣା । ବିଶ୍ବାସରେ ବିଷ ଦେଇ ପଡୋଶୀ ଘରର ପୁଅ ସାଜିଲା ସୈତାନ । ଘରେ ଛାଡିଦେବାକୁ ନେଇ ଅଧାରାସ୍ତାରେ ପାଲଟିଗଲା ଅପରାଧୀ । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ୬ ଅଭିଯୁକ୍ତ । ସ୍ଥାନୀୟ ଧ୍ରୁର୍ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ, ଥାନାରେ ଅଭିଯୋଗ ପରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ତୁପୁଦାନା ଅଞ୍ଚଳର ଜଣେ ଯୁବତୀ ନିଜ ସମ୍ପର୍କୀୟଙ୍କ ଘରକୁ ଗତକାଲି ରାତିରେ ଯାଇଥିଲେ । ତେବେ ଗୁରୁବାର ରାତିରେ ଯୁବତୀଙ୍କ ସମ୍ପର୍କୀୟ ତାଙ୍କୁ ପଡୋଶୀ ଘରର ଜଣେ ଯୁବକଙ୍କ ସହିତ ଘରକୁ ଯିବା ପାଇଁ କହିଥିଲେ । ଏହାର ସୁଯୋଗ ନେଇ ପଡୋଶୀ ଯୁବକ ଜଣଙ୍କ ଯୁବତୀଙ୍କୁ ଅଧା ରାସ୍ତାରେ ଅସଦାଚରଣ କରିବା ସହ ଧ୍ରୁବା ଥାନା ଅଞ୍ଚଳର ଏକ ଶୂନଶାନ୍‌ ସ୍ଥାନକୁ ନେଇଯାଇଥିଲେ । ପରେ ସେଠାରେ ଥିବା ଅନ୍ୟ ୫ ଯୁବକଙ୍କ ସହ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ଯୁବତୀଙ୍କ ଅନ୍ୟ ଜଣେ ସାଙ୍ଗକୁ ଘଟଣାସ୍ଥଳକୁ ଡାକିବାକୁ ବାଧ୍ୟ କରିଥିଲେ । ଯୁବତୀଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ମଧ୍ୟ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ।

ପରେ ଦୁଇ ପୀଡିତା ସାହସୀକତାର ପରିଚୟ ଦେବାସହ ସିଧାସଳଖ ଥାନାରେ ପହଞ୍ଚିଥିଲେ । ସେଠାରେ ୬ ଯୁବକଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛିବାରେ ସଫଳ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି । ଏଥିସହ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking