33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଧଳା ଚା କ’ଣ: ଏହା କେମିତି ତିଆରି ହୁଏ, ଏହାର ଦାମ୍ ଏତେ ବେଶୀ କ’ଣ...

ଧଳା ଚା କ’ଣ: ଏହା କେମିତି ତିଆରି ହୁଏ, ଏହାର ଦାମ୍ ଏତେ ବେଶୀ କ’ଣ ପାଇଁ?

ନୂଆଦିଲ୍ଲୀ : ଆପଣମାନେ କ୍ଷୀରରେ ତିଆରି ବ୍ଲାକ ଟି’ ବିଷୟରେ ବହୁତ କିଛି ଶୁଣିଥିବେ । ତେବେ ଆପଣ ହ୍ୱାଇଟ୍ ଟି’ ବିଷୟରେ କିଛି ଜାଣିଛନ୍ତି କି? ଏହା କିପରି ତିଆରି ହୁଏ, ଏହାର ଦାମ କେତେ ଏନେଇ ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ । ଚା’ରେ ସଉକ ରଖୁଥିବା ଲୋକମାନେ ବ୍ଲାକ, ବ୍ରାଉନ, କ୍ଷୀରବାଲା, ଗ୍ରୀନ ଟି’ ପିଇଥାନ୍ତି । ମାତ୍ର ଏବେ ହ୍ୱାଇଟ ଟି’ର ସେବନ ଦେଖିବାକୁ ମିଳୁଛି ।

ସାଧାରଣ ଭାବେ ହ୍ୱାଇଟ୍ ଟି’ ଅଲଗା ନୁହେଁ । ମାତ୍ର ଏହାକୁ ତିଆରି କରିବାର ପ୍ରୋସେସ୍ ଟିକେ ଭିନ୍ନ ହୋଇଥାଏ । କ୍ୟାମେଲିୟା ଗଛର ପତ୍ରରେ ଏହି ଚା’କୁ ତିଆରି କରାଯାଇଥାଏ । ଯେତେବେଳେ ତା’ର ଚାରିକଡ଼ରେ ଏକ ଧଳା ରଙ୍ଗର ତନ୍ତୁ ମିଳିଥାଏ, ସେହି ସମୟରେ କ୍ୟାମେଲିୟା ଗଛର ପତ୍ର ଓ କଲିକୁ ବହୁତ ଶୀଘ୍ର ଭାଙ୍ଗି ଦିଆଯାଇଥାଏ । ଏହାପରେ ଉକ୍ତ ପତ୍ରଗୁଡ଼ିକୁ ନେଇ ଚା’ ପ୍ରସ୍ତୁତ କରାଯାଇଥାଏ । ତାହାକୁ ହ୍ୱାଇଟ୍ ଟି’ କୁହନ୍ତି ।

ଏହି ଗଛର ପତ୍ରରୁ ସାଧାରଣ ଚା’ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ମାତ୍ର ପୂର୍ବରୁ ପ୍ରୋସେସ ମୁତାବକ ଏହାକୁ ହ୍ୱାଇଟ୍ ଟି’ ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହି ଚା’ ଅନ୍ୟ ଚା’ଠାରୁ ଟିକେ ଅଲଗା ହୋଇଥାଏ । ଏହି ଚା’ ଟ୍ୟାନିନ, ଫ୍ଲୋରାଇଡସ, ଫ୍ଲୋଭୋନାଇଡସ, ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଏଥିରେ କଫିନର ମାତ୍ରା ବହୁତ କମ୍ ଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking