40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ

ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବେଳେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦେଇଛି ଜିଲ୍ଲାକୁ ଏକ ନୂତନ ପରିଚୟ ଏକଦା ଭୋକର ଭୂଗୋଳ ଆଖ୍ୟା ପାଇଥିବା କଳାହାଣ୍ଡି କୁ ବିଦ୍ୟୁତ ଉତ୍ପାଦନ ସହ ଧାନ ଉତ୍ପାଦନରେ ବିକଶିତ କରି ଏକ ଅଗ୍ରଣୀ ଜିଲ୍ଲାର ମାନ୍ୟତା ଦେଇଛି । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବାହାରୁଥିବା ବିଦ୍ୟୁତ ଆଜି ରାଜ୍ୟ ବାହାରେ ଆଲୋକ ଦେଖାଉଛି ଆଗକୁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ପ୍ରକଳ୍ପରୁ ବିଦ୍ୟୁତ ଯୋଗାଇବେ । ରାଜ୍ୟ ସରକାର ଆଜି ଓଡିଶା ଗୃହ ଶକ୍ତି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟ ପରିଦର୍ଶନରେ ଆସି ମୁଖୀଗୁଡା ଓ.ଏଚ.ପି.ସି ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ପରେ ବାନେର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ ଷ୍ଟେସନ ଗ୍ରୀଡ଼ କୁ ପରିଦର୍ଶନ କରିଥିଲେ ଓ ଆଗାମୀ କିଛି ଦିନ ମଧ୍ୟରେ କଳାହାଣ୍ଡିବାସିଙ୍କୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଯୋଗାଣ ଆରମ୍ଭ ହେବ ଓ ଏହା ଦ୍ୱାରା ଜିଲ୍ଲାରେ ବିଜୁଳି ସମସ୍ୟା ଦୂର ହେବା ସହ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking