ବନ୍ୟା ଧୋଇନେଲା ୨୮୩ କୋଟିର ବନ୍ଧ

ଭୁବନେଶ୍ୱର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟାରେ ବଡ ଧରଣର କ୍ଷତି ହୋଇଛି । ଚଳିତ ବନ୍ୟାରେ ରାଜ୍ୟରେ ଧୋଇ ଯାଇଛି ୨୮୩ କୋଟିର ନଦୀ ବନ୍ଧ । ବନ୍ୟାରେ ୩୮ଟି ଘାଇ ସହିତ ନଷ୍ଟ ହୋଇଛି ୯୯୬ କିମି ନଦୀ ବନ୍ଧ । କ୍ଷୟକ୍ଷତି ନେଇ ଜଳ ସଂପଦ ସଚିବଙ୍କୁ ବିଭାଗୀୟ ସର୍ବୋଚ୍ଚ ମନ୍ତ୍ରୀ ଚିଠି ଲେଖିଛନ୍ତି । ବନ୍ୟାରେ ନଦୀ ବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ କ୍ଷତି ହୋଇଛି ୨୮୩ କୋଟି । ନଦୀ ବନ୍ଧ ସୁଦୃଢିକରଣ ପାଇଁ ୬୪୮ କୋଟି ଆବଶ୍ୟକ ନେଇ ଚିଠି କରାଯାଇଛି । ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଅନୁରୋଧ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here