32.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶରେକର୍ଡ ଭାଙ୍ଗୁଛି ଶାହରୁଖ ଖାନଙ୍କ ଫିଲ୍ମ ଯୱାନ

ରେକର୍ଡ ଭାଙ୍ଗୁଛି ଶାହରୁଖ ଖାନଙ୍କ ଫିଲ୍ମ ଯୱାନ

ନୂଆଦିଲ୍ଲୀ: ଅନେକ ଅପେକ୍ଷା ପରେ ରିଲିଜ୍ ହୋଇଛି ଶାହରୁଖ ଖାନଙ୍କ  ଯୱାନ ଫିଲ୍ମ। ବଡ଼ ପରଦାରେ ଶାହରୁଖଙ୍କୁ ଦେଖିବାକୁ ଫିଲ୍ମହଲରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି।  ମୁମ୍ବାଇର ଗାୟେଟି-ଗାଲାକ୍ସି ଥିଏଟରରେ ଏବଂ ଦେଶର ଅନ୍ୟ ଫିଲ୍ମହଲରେ ଯବାନର ସକାଳ 6 ଟା ଶୋ ପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଥିଏଟର ବାହାରେ ଶାହାରୁଖଙ୍କର ଏକ ବିରାଟ କଟଆଉଟ୍ ମଧ୍ୟ ରଖାଯାଇଥିଲା। ଟ୍ଵିଟରରେ ଦେଖଇବାକୁ ମିଳିଛି ଫ୍ୟାନମାନେ ଏକ ପିରାମିଡ୍ ନିର୍ମାଣ କରିଥିଲେ। ଏହି ପିରାମିଡ ଉପରେ ତାଙ୍କର ଆଇକନିକ୍ ପୋଜ୍ ଏବଂ ଯବାନ୍ ପତାକା ଧରି ଫିଲ୍ମପାଇଁ ଥିବା କ୍ରେଜ ଦେଖାଇଥିଲେ।

ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ପାଇଁ ଏହିପରି ପାଗଳାମି ଦେଖିବାକୁ ମିଳିଛି। ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଦେଶବିଦେଶରେ ଚାଲିଛି ଫିଲ୍ମ ଯବାନର ନନଷ୍ଟପ ଆଡଭାନ୍ସ ବୁକିଂ । ମୁମ୍ବାଇ ଓ ଦିଲ୍ଲୀ ପରି ମେଟ୍ରୋ ସିଟିରେ ଗୋଟିଏ ଲେଖାଏଁ ଟିକେଟ ୨୩ଶହ ଟଙ୍କାରୁ ଅଢେଇ ହଜାର ଟଙ୍କାରେ ଆଡଭାନ୍ସ ବୁକିଂ କରଯାଉଛି । ସିନେସମୀକ୍ଷକଙ୍କ ମତରେ ରିଲିଜର ପ୍ରଥମ ଦିନରେ ଯବାନ ୭୦କୋଟି ଟଙ୍କାର ବକ୍ସ ଅଫିସ ଆୟ କରି ସମସ୍ତ ରେକର୍ଡ ଭାଙ୍ଗିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking