28.1 C
Bhubaneswar
Thursday, May 2, 2024
Homeଓଲିଉଡନୂଆ କାହାଣୀ ସହିତ ଦଶହରାରେ ଦର୍ଶକଙ୍କ ମନମୋହିବ 'ମାଲ୍ୟଗିରି'

ନୂଆ କାହାଣୀ ସହିତ ଦଶହରାରେ ଦର୍ଶକଙ୍କ ମନମୋହିବ ‘ମାଲ୍ୟଗିରି’

ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଉଭୟଙ୍କ ଲୁକ୍ ରିଲିଜ ହୋଇଥୁବା ବେଳେ ବର୍ତ୍ତମାନ୍ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ଏହି ଟିଜର ରିଲିଜ୍ ହେବା ପରେ ପାଖାପାଖି ଏହାକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି | ୧ ମିନିଟ ୪୬ ସେକେଣ୍ଡର ଟିଜରରେ ଫିଲ୍ମର ସମସ୍ତ ଅଭିନେତାଙ୍କ ଝଲକ ଦେଖିବାକୁ ମିଳିଛି । ଆଉ ଜଙ୍ଗଲର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହି ସିନେମାରେ ଅମ୍ଳାନଙ୍କୁ ଏକ ନୂଆ ଲୁକ୍‌ରେ ଦେଖୁବାକୁ ମିଳିଛି। ଟ୍ରେଲର ଆରମ୍ଭର ପୃଷ୍ଠଭୂମିରେ ଏକ ଭଏସ ଶୁଣିବାକୁ ମିଳିଛି । ଯେଉଁଥିରେ ଏକ ପିଲା ତା ଆଈ ମା’ଙ୍କୁ ଏକ କାହାଣୀ କହିବାକୁ କହୁଛି । ତା ପରେ ଆଈ ମା’ କାହାଣୀ ଆରମ୍ଭ କରୁଛନ୍ତି ଏବଂ କହୁଛନ୍ତି, ଗୋଟିଏ ଜଙ୍ଗଲରେ ସିଂହ ଏବେ ବାଘ ରହୁଛନ୍ତି । ସିଂହ ଏବଂ ବାଘ କହିବା ବେଳେ ଅମ୍ଳାନ ଏବଂ ବାବୁସାନଙ୍କ ଝଲକ ଦେଖୁବାକୁ ମିଳିଛି । ତେବେ ଟିଜରକୁ ଅନେକ ଫ୍ୟାନ୍ସ ପସନ୍ଦ କରିଛନ୍ତି । ରେନଡ୍ରପ ପିକୃର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ ମହାନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ବାବୁସାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିବେ । ଏଥିସହ ଅଭିନେତା ଅମ୍ଳାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବେ ଫିଲ୍ମରେ ଦେଖିବାକୁ ମଧ୍ୟ ମିଳିବ । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଳାନ ଏହି ଫିଲ୍ମରେ ଏକାଠି ନଜର ଆସିବେ । ଏହା ଏକ ଆକ୍ସନ୍ ଫିଲ୍ମ ହୋଇଥିବା ବେଳେ ଚଳିତ ବର୍ଷ ଦଶହରାରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ସାରା ଦେଶରେ ଫିଲ୍ମଟି ରିଲିଜ ହେବ । ସେପଟେ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ଓ ଏବେ ବାସ ଖାଲି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଦର୍ଶକ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking