27.1 C
Bhubaneswar
Sunday, July 13, 2025
Homeଓଡିଶାଜେଲ ହସ୍ପିଟାଲରେ ଧୀମାନ ଚକମା

ଜେଲ ହସ୍ପିଟାଲରେ ଧୀମାନ ଚକମା

କଳାହାଣ୍ଡି: ଜେଲ୍‌ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍‌ ଅଫିସରଙ୍କ ସ୍ବାସ୍ଥ୍ୟ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ତାଙ୍କୁ ଜେଲ୍‌ରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । ପରେ ଆଜି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲା ଭିଜିଲାନ୍ସ କୋର୍ଟ । ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ସବ୍‌କଲେକ୍ଟର ଧୀମାନ୍ ଚକମା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଏକାଧିକ ସ୍ଥାନରେ ଚଢ଼ାଉ ବେଲେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking