28.1 C
Bhubaneswar
Saturday, April 27, 2024
Homeଓଡିଶାଜୀବନ କ’ଣ ଜାଣିବା ଆଗରୁ ଆକାଶର ତାରା ହୋଇଗଲା ସମୀକ୍ଷା

ଜୀବନ କ’ଣ ଜାଣିବା ଆଗରୁ ଆକାଶର ତାରା ହୋଇଗଲା ସମୀକ୍ଷା

ଗଜପତି : ଜୀବନ କ’ଣ ଜାଣିବା ଆଗରୁ ଆକାଶର ତାରା ହୋଇଗଲା ସମୀକ୍ଷା । ବାପା ମା’ର କୋଳ ଶୂନ୍ୟ କରି ସବୁଦିନ ପାଇଁ ଆରପାରିକୁ ଚାଲିଗଲା ଲିଭର ରୋଗରେ ପୀଡିତ ଥିବା ୭ ବର୍ଷର କୁନିଝିଅ ସମୀକ୍ଷା । କୋହରେ ଭାଙ୍ଗି ପଡିଛି ପରିବାର ସମେତ ପୁରା ଗାଁ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମନମୋହନ ପଟ୍ଟନାୟକଙ୍କ ଝିଅ ସମୀକ୍ଷା ପଟ୍ଟନାୟକ । ବୟସ ମାତ୍ର ୭ ବର୍ଷ । ଏତେ କମ ବୟସରେ ସମୀକ୍ଷାର ଲିଭର ନଷ୍ଟ ହୋଇଯାଇଥିଲା । ଡାକ୍ତରଖାନା ବେଡରେ ପଡି ରହି ରୋଗ ସହ ଲଢେଇ ଜାରି ରଖିଥିଲା । ପ୍ରଥମେ ସମୀକ୍ଷାକୁ ଜଣ୍ଡିସ ରୋଗ ହେଲା । ବହୁ ଡାକ୍ତରଖାନା ବୁଲାଇଲେ ବି ତାର ଦେହ ଭଲ ହେଲା ନାହିଁ । କିଛି ଦିନ ତଳେ ବିଶାଖାପାଟଣାର ଓମିନି ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ସମୀକ୍ଷାର ଲିଭର ନଷ୍ଟ ହୋଇ ଯାଇଥିବା ଡାକ୍ତର ରିପୋର୍ଟ ଦେଇଥିଲେ । ଏପଟେ ସମୀକ୍ଷାର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗୁଡୁ ଥିବାରୁ ତାକୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଡାକ୍ତର ମଧ୍ୟ ସମାନ କଥା କହିଥିଲେ । ଲିଭର ନଷ୍ଟ ହୋଇଛି ତୁରନ୍ତ ଟ୍ରାନ୍ସପ୍ଲାଣ୍ଟ ହେବା ଦରକାର । ଏତେ ଛୋଟ ବୟସର ଶିଶୁର ହଠାତ ଏମିତି କେମିତି ହେଲା ଭାବି ଭାଙ୍ଗି ପଡିଲେ ସମୀକ୍ଷାର ବାପା । ଡାକ୍ତରଙ୍କ ରିପୋର୍ଟ ଯେତେ କଷ୍ଟ ନଦେଇଥିଲା ତାଠାରୁ ଅଧିକ କଷ୍ଟ ଦେଇଥିଲା ଏହି କୁନି ଝିଅର ଚିକିତ୍ସା ବାବଦକୁ ଖର୍ଚ୍ଚ ହେବାକୁ ଥିବା ୩୦ ଲକ୍ଷ ଟଙ୍କାର ଯୋଗାଡ଼ । ହଠାତ ଏତେ ଗୁଡାଏ ଟଙ୍କା କେଉଁଠୁ ଆସିବ ? ଏତେ କମ ସମୟ ମଧ୍ୟରେ ଏତେ ଗୁଡାଏ ଟଙ୍କା କେଉଁଠୁ ଯୋଗାଡ଼ କରିବେ ଏଥିପାଇଁ ଭାଙ୍ଗି ପଡିଥିଲେ ସମୀକ୍ଷାର ବାପା । କେବଳ ସେ ନୁହଁନ୍ତି ପରିବାର ପ୍ରତ୍ୟେକଟି ସଦସ୍ୟ ଏଥିପାଇଁ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ସମୀକ୍ଷାର ରୋଗ ଯେପରି ପରିବାରର ସବୁ ଖୁସି ଛଡାଇନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking